
ଆଖିର ଲୁହରେ ବି ଔଷଧ ତିଆରି ହୋଇପାରେ । ଏଭଳି ଏକ ବିଶେଷତ୍ୱଥିବା ଜୀବଟିଏ ହେଉଛି ଓଟ । ଗବେଷଣାରୁ ଜଣାପଡ଼ିଛି କି ଓଟର ଲୁହରେ ଯେଉଁ ରାସାୟନିକ ପଦାର୍ଥ ରହିଛି ତାହା ସାପ ବିଷକୁ ନଷ୍ଟ କରିବା ପାଇଁ ସକ୍ଷମ । ଦୁବାଇର ସେଣ୍ଟ୍ରାଲ ଭେଟେରିନାରି ରିସର୍ଚ୍ଚ ଲାବରେଟୋରି (ସିଭିଆରଏଲ୍)ର ଏକ ଗବେଷଣାରୁ ଏହା ଜଣାପଡ଼ିଛି କି ଓଟ ଲୁହରେ ଲାଇସୋଜାଇମ୍ସ ନାମକ ରାସାୟନିକ ପଦାର୍ଥ ରହିଛି, ଯାହା ସାପ ବିଷକୁ ପ୍ରଭାବହୀନ କରିବାରେ ସାହାଯ୍ୟ କରିବ । ଏଥିନେଇ କିଛି ବର୍ଷ ତଳୁ ବୈଜ୍ଞାନିକମାନେ ଗବେଷଣା ଆରମ୍ଭ କରିଥିଲେ । ଅବଶ୍ୟ କିଛିଦିନର ପରୀକ୍ଷଣ ସେମାନେ ଏହି ତଥ୍ୟ ଜାଣିବାକୁ ସକ୍ଷମ ହୋଇଥିଲେ ଏବଂ ଏବେ ଏହାକୁ ନେଇ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ସାପ ବିଷକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ବ୍ୟତୀତ ଏହି ଲୁହକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଇନଫେକ୍ସନରୁ ମଧ୍ୟ ରକ୍ଷା ପାଇହେବ । ଏଥିସହ ଗବେଷଣାରୁ ଜଣାପଡ଼ିଛି, ଏଥିରେ ବିଭିନ୍ନ ପ୍ରକାରର ପ୍ରୋଟିନ୍ ରହିଛି । ତେଣୁ ଏହାର ବ୍ୟବହାର କରି ଆଖିର ଚିକିତ୍ସା ବି କରିହେବ । ଆଉ ଓଟ କ୍ଷୀର ବି ବେଶ ଉପାଦେୟ । ଆଗାମୀ ଦିନରେ ଏହାର ଲୁହରୁ ପ୍ରସ୍ତୁତ ହେବ ଔଷଧ
ବ୍ରଶ୍ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ
ବ୍ରଶ୍ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…






