୧୧ରେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିବ ବିଜେଡି

ଭୁବନେଶ୍ବର: ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆସନ୍ତା ୧୧ ତାରିଖରେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିବେ ବିଜେଡି ପ୍ରତିନିଧି । ଅପରାହ୍ନ ସାଢେ ୩ଟାରେ ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ୭ ଜଣ ସାଂସଦ ନିର୍ବାଚନ କମିଶନଙ୍କୁ ଭେଟି ଭୋଟ ଅନିୟମିତତା ନେଇ ଆଲୋଚନା କରିବେ ।
ଗତ ଡିସେମ୍ବର ୨୩ ତାରିଖରେ ବିଜେଡି ବରିଷ୍ଠ ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି ଅନିୟମିତତା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ । ରିଟର୍ଣ୍ଣିଂ ଅଫିସର ଦେଉଥିବା ତଥ୍ୟ ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ମଧ୍ୟ ସନ୍ଦେହଜନକ ଭାବେ ତାରତମ୍ୟ ରହିଥିଲା । ଗୋଟିଏ ଗୋଟିଏ ବୁଥରେ ମୋଟ ଭୋଟର ସଂଖ୍ୟା ଓ ପୋଲିଂ ସଂଖ୍ୟା ମଧ୍ୟରେ ତାଳମେଳ ନ ଥିଲା । ଗୋଟିଏ ଗୋଟିଏ ବୁଥରେ ଦେଖାଦେଇଥିବା ତାରତମ୍ୟ ସାମଗ୍ରିକ ଭାବେ ଉଭୟ ବିଧାନସଭା ଓ ଲୋକସଭା ଫଳାଫଳକୁ ପ୍ରଭାବିତ କରିଥିବା ବିଜେଡି ଟିମ ଆଶଙ୍କା ପ୍ରକାଶ କରିଥିଲା ।
ଇଭିଏମ ଓ ଭିଭିପାଟ ବ୍ୟବହାରରେ ଭୋଟିଂକୁ ଦେଖାଦେଇଥିବା ଏଭଳି ତାରତମ୍ୟ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଜଣେ ଭୋଟର ବୁଥରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ ଦେବାର ବ୍ୟବସ୍ଥା ରହିଛି । ଅତି କ୍ଵଚିତ ଘଟଣାରେ ଭୋଟର କେବଳ ଲୋକସଭା ପାଇଁ ଭୋଟ ଦେଇ ବିଧାନସଭା ପାଇଁ ଭୋଟ ଦେଇ ନଥିବେ । କିନ୍ତୁ ମାତ୍ରାଧିକ ଭୋଟରଙ୍କ କ୍ଷେତ୍ରରେ ଏହା କିଭଳି ସମ୍ଭବ ବୋଲି ବିଜେଡି ପ୍ରଶ୍ନ କରିଥିଲା ।

ସେହିଭଳି ଭୋଟିଂ ବନ୍ଦ ହେବା ପରେ ମଧ୍ୟ ଇଭିଏମରେ ଭୋଟ ପଡିଥିବା ସନ୍ଦେହ ହେଉଛି। କାରଣ ଭୋଟ ଦିନ ରାତି ୧୧ଟା ୪୫ରେ ଭୋଟିଂ ହାର ଓ ଦୁଇ ଦିନ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ଚୁଡାନ୍ତ ଭୋଟିଂ ହାର ମଧ୍ୟରେ ସାଧାରଣ ଭାବେ ଏକ କିମ୍ବା ଦୁଇ ପ୍ରତିଶତ ତାରତମ୍ୟ ରହିବା କଥା । କିନ୍ତୁ କେନ୍ଦୁଝର ବିଧାନସଭା ଆସନ ପରି କିଛି ଆସନରେ ଏହି ତାରତମ୍ୟ ପ୍ରାୟ ୧୦ ପ୍ରତିଶତରୁ ଅଧିକ । ଏମିତି କିଛି ସନ୍ଦେହକୁ ନେଇ ବିଜେଡି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ