ଇତିହାସ ରଚିଲା ଟିମ ଇଣ୍ଡିଆ, ଜିତିଲା ତୃତୀୟ ଚାମ୍ପିଅନ୍ସ ଟ୍ରଫି

ଦୁବାଇ: ଦୀର୍ଘ ୧୨ବର୍ଷ ପରେ ଇତିହାସ ରଚିଲା ଭାରତ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଲା ରୋହିତ ବାହିନୀ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତର ବୃହତ ବିଜୟ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିବା ବେଳେ ଏହାର କଡ଼ା ଜବାବ ଦେଇଛି ଟିମ ଇଣ୍ଡିଆ । ଭାରତ ୪୯ ଓଭରରେ ୬ ୱିକେଟ ହରାଇ ୨୫୪ ରନ କରି ନ୍ୟୁଜିଲାଣ୍ଡ ଠାରୁ ବଦଲା ନେଇଛି ।
ତୃତୀୟ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ । ରୋହିତ୍ ଶର୍ମା ଏବଂ ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂରେ ଧରାସାୟୀ ହେଲେ ନ୍ୟୁଜିଲାଣ୍ଡ ବୋଲର । ୨୫୧ ରନକୁ ପିଛା କରି ଭାରତ ପକ୍ଷରୁ ହିଟମ୍ୟାନ ରୋହିତ୍ ଶର୍ମା ୮୩ ବଲରେ ୭୬ ରନ୍, ଶୁଭମନ ଗିଲ୍ ୫୦ ବଲରେ ୩୧, କୋହଲି ୦୧, ଶ୍ରେୟାସ ଆୟର ୪୮, ଅକ୍ଷର ପଟେଲ ୨୯, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିବା ବେଳେ କେ.ଏଲ୍ ରାହୁଲ ୩୪ ଏବଂ ରବିନ୍ଦ୍ର ଜାଡେଜା ୯ ରନ କରି ଅପରାଜିତ ରହିଥିଲେ । ୧୨ବର୍ଷ ପରେ ପୁଣି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଅଧିକାରୀ ହୋଇଛି ଭାରତ ।ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ଫାଇନାଲ ଫାଇଟ ମ୍ୟାଚରେ ୱିଲ ୟଙ୍ଗ ଏବଂ ରାଚିନ୍ ରବିନ୍ଦ୍ର ଇନିଂସ ଆରମ୍ଭ କରିବାକୁ ଆସିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୫୭ ରନ୍ ଯୋଡିଥିଲେ । ବରୁଣ ଚକ୍ରବର୍ତ୍ତୀ ୱିଲ୍ ୟଙ୍ଗଙ୍କ ଓ୍ବିକେଟ ନେଇଥିଲେ ଏବଂ ପରେ କୂଳଦୀପ ଯାଦବ ରାଚିନ୍ ରବିନ୍ଦ୍ରଙ୍କୁ (୩୭) କ୍ଲିନ ବୋଲ୍ଡ କରି ପାଭିଲିୟନକୁ ରାସ୍ତା ଦେଖାଇଥିଲେ । ଏହା ପରେ କେନ୍ ୱିଲିୟମସନ ୧୧, ଟମ ଲାଥାମ ୧୪, ଡାରିଲ ମିଚେଲ ୬୩, ଗ୍ଲେନ ଫିଲିପ୍ସ ୩୪, ମାଇକେଲ ବ୍ରେସୱେଲ ୫୩, ମିଚେଲ ସାଣ୍ଟନର୍ ନ୍ୟୁଜିଲ୍ୟାଣ୍ଡ ପାଇଁ ୮ ରନ୍ ସ୍କୋର କରିଥିଲେ ।ଭାରତ ପାଇଁ କୂଳଦୀପ ଏବଂ ବରୁଣ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଶାମି ଏବଂ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଜଣେ ରନ ଆଉଟ୍ ହୋଇଥିଲେ । କୂଳଦୀପ ଯାଦବ ୧୦ ଓଭରରେ ୪୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ ଏବଂ ବରୁଣ ଚକ୍ରବର୍ତ୍ତୀ ୧୦ ଓଭରରେ ୪୫ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ରବିନ୍ଦ୍ର ଜାଡେଜା ୧୦ ଓଭରରେ ୩୦ ରନ୍ ପାଇଁ ୧ ୱିକେଟ୍ ନେଇଥିଲେ ଏବଂ ମହମ୍ମଦ ଶାମି ୯ ଓଭର ବୋଲଂ କରି ୭୪ ଦେଇ ୧ ୱିକେଟ୍ ନେଇଥିଲେ ।କାଇଲ୍ ଜାମିସନ୍ ୫ ଓଭରରେ ୨୪ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ । ୱିଲିୟମ୍ ଓ’ର୍କେ ୭ ଓଭରରେ ୫୬ ରନ ଦେଇଥିଲେ । ସେହିପରି ଅଧିନାୟକ ମିଚେଲ ସାଣ୍ଟନର୍ ୧୦ ଓଭରରେ ୪୬ ରନ ଦେଇ ଦୁଇଟି ୱିକେଟ ନେବାରେ ସଫଳ ହୋଇଥିଲେ ।ସେହିପରି ରାଚିନ୍ ରବିନ୍ଦ୍ର ୧୦ ଓଭରରେ ୪୭ ରନ ଦେଇ ଗୋଟିଏ ୱିକେଟ ଏବଂ ମାଇକେଲ ବ୍ରେସୱେଲ ୧୦ ଓଭରରେ ୨୮ ରନ ଦେଇ ଦୁଇଟି ୱିକେଟ ନେଇଥିଲେ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ