ମୁଁ ଅବସର ନେଉନାହିଁ:ରୋହିତ

୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତକୁ ଆସିଛି । ଏକ ମାତ୍ର ଦଳ ଭାବେ ୩ ଥର ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ରୋହିତ ସେନାର ବିଜୟ ଉତ୍ସବକୁ ମନାଉଛନ୍ତି ୧୪୦ କୋଟି ଭାରତୀୟ । ଟିମ୍‌ ଇଣ୍ଡିଆର ବିଜୟ ପାଇଁ ରୋହିତଙ୍କ ଅଧିନାୟକତ୍ବକୁ ଯେତିକି ପ୍ରଶଂସା କଲେ ମଧ୍ୟ କମ୍‌ ପଡିବ । ଭାରତୀୟ ଦଳର ବିଜୟ ପରେ ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବର୍ତ୍ତମାନ ଦିନିକିଆକୁ ଅବସର ନେବେ ନାହିଁ ବୋଲି ରୋହିତ କହିଛନ୍ତି ।
ମ୍ୟାଚ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ, ” ମୁଁ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଅବସର ନେଉନାହିଁ । ଦୟାକରି କେହି କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ ।” ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଶେଷ ହେବା ପରେ ରୋହିତ ଦିନିକିଆରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । କାହିଁକିନା ଟି ୨୦ ବିଶ୍ବକପ ଭାରତ ଜିତିବା ପରେ ରୋହିତ ସେହି ଫର୍ମାଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।
ଐତିହାସିକ ବିଜୟ ସହିତ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ରୋହିତ । ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ତାଙ୍କ ଦଳକୁ ସମସ୍ତ ଓଉଉ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚାଇଛନ୍ତି । ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦଳକୁ କ୍ରମାଗତ ଭାବରେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚାଇଛନ୍ତି । ୨ଟିରେ ଭାରତ ଟ୍ରଫି ହାତେଇଥିବା ବେଳେ ୨ଟିରେ ରନରଅଫ ରହିଛି ଏମଏସ ଧୋନିଙ୍କ ପରେ ଭାରତକୁ ଦୁଇଟି ଓଉଉ ଟାଇଟଲ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି ରୋହିତ।ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭାରତ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ଦମଦାର ଇନିଂସ ଯୋଗୁଁ ଭାରତ ବିଜୟୀ ହୋଇପାରିଛି । ରୋହିତ ୭୬ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ, ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ରୋହିତ ଶର୍ମାଙ୍କ ବ୍ୟତିତ ଶ୍ରେୟସ ଆୟର, ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଫାଇନାଲରେ ଭାରତ ଟ୍ରପି ଉଠାଇବା ସହଜ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ଓ୍ବିକେଟ ହରାଇ ୨୫୧ ରନ କରିଥିଲା । ଜାବାବରେ ଭାରତ ଗୋଟିଏ ଓଭର ବାକି ଥାଇ ୪ ଓ୍ବିକେଟ ହରାଇ ୨୫୪ ରନ କରି ଚମ୍ପିଆନ ହୋଇଥିଲା ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ