କେତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା

ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା କେବେ ଠାରୁ ଆରମ୍ଭ ହୋଇଛି ତାହାର କୌଣସି ସଠିକ୍‌ ଦିନ ବା ତାରିଖ ଇତିହାସ ପୃଷ୍ଠାରେ ଉଲ୍ଲେଖ କରାଯାଇନଥିଲେ ମଧ୍ୟ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ ସମୟରୁ ରଥଯାତ୍ରାର ପ୍ରଚଳନ ହୋଇଥିଲା ବୋଲି ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଉଲ୍ଲେଖ କରିଛନ୍ତି । ଶ୍ରୀ ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୌଣସି ସମୟରେ ଦାରୁରୁ ମହାପ୍ରଭୁଙ୍କର ବିଗ୍ରହ ନିର୍ମାଣ କରାଯିବା ପରେ ଆଦିବାସୀ ଦଇତାମାନେ ମହାପ୍ରଭୁଙ୍କ ସେବକ ଭାବରେ ନିୟୋଜିତ ହେବା ପରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ମହାପ୍ରଭୁଙ୍କର ରଥଯାତ୍ରା କେବଳ ୯ ଦିନ ବ୍ୟାପୀ ଉତ୍ସବ ନୁହେଁ । ନୀଳାଚଳରେ ପୂଜିତ ହେଉଥିବା ଚତୁର୍ଦ୍ଧା ବିଗ୍ରହ ଦାରୁ ରୂପୀ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କର ପୀଠରେ ଗୋଟିଏ ବର୍ଷରେ ହେଉଥିବା ବିଭିନ୍ନ ଯାତ୍ରା ମଧ୍ୟରୁ ରଥଯାତ୍ରା ସର୍ବଶ୍ରେଷ୍ଠ ବୋଲି ସ୍କନ୍ଧ ପୂରାଣରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ପୁରାଣରେ ମହାପ୍ରଭୁଙ୍କର ରଥଯାତ୍ରାକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ଉତ୍ତରାଭିମୁଖୀ ଯାତ୍ରା, ଦ୍ୱିତୀୟ ଭାଗ ହେଉଛି ଆଡପ ମଣ୍ଡପରେ ଅବସ୍ଥାନ ଓ ତୃତୀୟ ହେଉଛି ଦକ୍ଷିଣାଭିମୁଖୀ ଯାତ୍ରା । ଅଧିକାଂଶ ଲୋକ ରଥଯାତ୍ରାର ମାତ୍ର ଦୁଇଟି ପର୍ଯ୍ୟାୟ ଯଥା ଶ୍ରୀ ମନ୍ଦିରରୁ ମାଉସୀ ମାଆ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଏବଂ ବାହୁଡା ଯାତ୍ରାରେ ଶ୍ରୀମନ୍ଦିରକୁ ଦିଅଁମାନଙ୍କର ବାହୁଡା ବୋଲି ହୁଏତ ଧାରଣା ଥାଇପାରେ କିନ୍ତୁ ମହାପ୍ରଭୁଙ୍କର ରଥଯାତ୍ରା ଏହି ଦୁଇଟି ନୁହେଁ ବରଂ ବାରଟି ପର୍ଯ୍ୟାୟ ବା ଚରଣରେ ଅନୁଷ୍ଠିତ ହୋଇଥାଏ ।
ପ୍ରଥମ ପର୍ଯ୍ୟାୟ: ଶ୍ରୀ ପଞ୍ଚମୀ ବା ମାଘ ମାସ ଶୁକ୍ଳ ପକ୍ଷ ପଂଚମୀ ତିଥି ରଥକାଠ ଅନୁକୂଳ ଓ ପୂଜା ଠାରୁ ରଥଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ । ଏହା ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ ଅଟେ ।
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଚୈତ୍ର ମାସ ଶୁକ୍ଳ ଅଷ୍ଟମୀଯୁକ୍ତ ନବମୀ ତିଥିରେ ରଥ କାଠ ଚିରା ଅନୁକୂଳ କରାଯାଏ ।
ଅକ୍ଷୟ ତୃତୀୟା ଦିନ ତୃତୀୟ ପର୍ଯ୍ୟାୟରେ ରଥ ନିର୍ମାଣର ଶୁଭାରମ୍ଭ ପାଇଁ ଅନୁକୂଳ ପୂଜା କରାଯାଏ ।
ଚତୁର୍ଥ ପର୍ଯ୍ୟାୟରେ ଜ୍ୟେଷ୍ଠ ପୂର୍ଣ୍ଣିମା – ରଥ ନିର୍ମାଣର ଚାରି ନାହାକା ସ୍ଥାପନ ଓ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ ।
ପଚଂମ ପର୍ଯ୍ୟାୟ ଆରମ୍ଭ ହୁଏ ଆଷାଢ଼ କୃଷ୍ଣ ପ୍ରତିପଦା ତିଥି ଠାରୁ ଆଷାଢ଼ ମାସ ଅମାବାସ୍ୟା ଅନବସର ବା ଅଣସର ପର୍ଯ୍ୟନ୍ତ ।
ଷଷ୍ଠ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ନେତ୍ରାତ୍ସବ ଅନୁଷ୍ଠିତ ହୁଏ ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି – ସପ୍ତମ ପର୍ଯ୍ୟାୟରେ ମହାପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆଷାଢ଼ ଶୁକ୍ଳ ଷଷ୍ଠୀରେ ହେରା ପଚଂମୀ ରଥଯାତ୍ରାର ଅଷ୍ଟମ ପର୍ଯ୍ୟାୟ ଓ
ଆଷାଢ଼ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ ରଥଯାତ୍ରାର ନବମ ପର୍ଯ୍ୟାୟ ଅଟେ । ଏହି ଦିନ ରଥ ଦକ୍ଷିଣ ମୋଡ ନିଅନ୍ତି ଓ ନବମୀରେ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହୁଏ ।
ସେହଭଳି ଆଷାଢ଼ ଶୁକ୍ଳ ଦଶମୀରେ ଦଶମ ପର୍ଯ୍ୟାୟ ଅର୍ଥାତ ବାହୁଡା ଯାତ୍ରା ଅନୁଷ୍ଠିତ ହୁଏ ।
ଆଷାଢ଼ ଶୁକ୍ଳ ଏକାଦଶୀ-ଏକାଦଶ ପର୍ଯ୍ୟାୟରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୁଏ ।
ଆଷାଢ଼ ଶୁକ୍ଳ ତ୍ରୟୋଦଶୀରେ ରଥଯାତ୍ରାର ଶେଷ ବା ଦ୍ୱାଦଶ ପର୍ଯ୍ୟାୟରେ ମହାପ୍ରଭୁ ନୀଳାଦ୍ରିବିଜେ କରିଥାନ୍ତି ।
ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତମାନଙ୍କୁ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।

  • Related Posts

    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading
    ପିଲାମାନଙ୍କ ମଧୁମେହ ଲକ୍ଷଣ

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ