
ଭୁବନେଶ୍ବର: ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି। ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା। ସୋମେଶ ରଣବିଜୁଳି ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି।
ଓଡିଶା ଲୋକସେବା ଆୟୋଗ ( ଓପଏସସି ) ପକ୍ଷରୁ ଓଜେଏସ ପରୀକ୍ଷା କରାଯାଇଥିଲା।ଏଥିରେ ୩୩ ଜଣ କୃତକାର୍ୟ୍ୟ ହୋଇଛନ୍ତି। ଏହି ୩୩ ଜଣ ରାଜ୍ୟରେ ସିଭିଲ ଜଜ ଭାବେ ନିଯୁକ୍ତି ହେବେ । ୩୩ ଜଣଙ୍କ ନାମ ଓପିଏସସି ସୁପାରିଶ କରିଛି।




