ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ରଦ୍ଦ କରାଯିବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର : ମୋ’ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହରରେ ନିୟମିତ ଦୁର୍ଘଟଣା ଘଟୁଛି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଆଗାମୀ ଦିନରେ କୌଣସି ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଲେ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ୟ୍ୟନ୍ତ ରଦ୍ଦ କରାଯିବ। ଏଣିକି ମୋ ବସ୍ କର୍ମଚାରୀଙ୍କୁ ନିୟମିତ ମଦ୍ୟପାନ ଯାଞ୍ଚ କରାଯିବ। ଏଥିସହ ସ୍ବତନ୍ତ୍ର ଡ୍ରାଇଭର ତାଲିମ କାର୍ୟ୍ୟକ୍ରମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ପ୍ରଶିକ୍ଷଣ ଦିଆଯିବ। କାର୍ୟ୍ୟସ୍ଥଳରେ ସ୍ବତନ୍ତ୍ର ମନିଟରିଂ କରାଯିବା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।ବସ୍‌ ଚଳାଚଳ ଏହାବ୍ୟତୀତ ସୁରକ୍ଷା ନିୟମଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଙ୍ଘନ ପାଇଁ ଜଣେ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। କ୍ରୁଟ୍‌ର କାର୍ୟ୍ୟନିର୍ବାହୀ ଦଳ ଦ୍ୱାରା ମଦ୍ୟପାନ ଯାଞ୍ଚ ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଉଭୟ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷେ କ୍ରୁଟ୍‌ ମହା ପ୍ରବନ୍ଧକ ଏବଂ ପରିଚାଳନା ନିର୍ଦେଶକ ଡ.ଏନ୍‌.ତିରୁମାଲା ନାୟକ ଶୁକ୍ରବାର ବିଭିନ୍ନ ସ୍ଥାନରେ ମୋ’ ବସ୍‌ରେ ଯାତ୍ରା କରି ସ୍ଥିତି ପରଖିଛନ୍ତି। ମୋ’ ବସ୍‌ରେ ମିଳୁଥିବା ସେବା ବିଷୟରେ ଅବଗତ ହେବା ପୂର୍ବକ ବିଭିନ୍ନ ବର୍ଗର ଯାତ୍ରୀ, ଚାଳକ ଓ କଣ୍ଡକ୍ଟରଙ୍କ ସହ କଥା ହୋଇଛନ୍ତି।ଅନ୍ୟ ଜଣେ ଚାଳକ ଏବଂ କଣ୍ଡକ୍ଟର କାର୍ୟ୍ୟ ସମୟରେ ବିଶୃଙ୍ଖଳା କାର୍ୟ୍ୟକଳାପ ପାଇଁ ଦୁଇ ମାସ ପାଇଁ ନିଲମ୍ବନ କରାଯାଇଛି।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା