
ଭୁବନେଶ୍ବର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିମନ୍ତ୍ରଣ ରକ୍ଷା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶନିବାର ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ଚେନ୍ନାଇରେ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ ବୈଠକରେ ଯୋଗଦେବେ ବିଜେଡି ପ୍ରତିନିଧି । ଏହି ବୈଠକରେ ନବୀନ ନିଜେ ଉପସ୍ଥିତ ନ ରୁଥିଲେ ବି ଦଳର ଦୁଇ ବରିଷ୍ଠ ନେତା ଉପସ୍ଥିତ ରହିବେ। ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଚେନ୍ନାଇରେ ଆୟୋଜିତ ଡି-ଲିମିଟେସନ ବୈଠକରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏନେଇ ଚେନ୍ନାଇ ଗସ୍ତରେ ବାହାରିଛନ୍ତି ବିଜେଡିର ଦୁଇ ବରିଷ୍ଠ ନେତା। ଶନିବାର ଚେନ୍ନାଇରେ ଆୟୋଜିତ ବୈଠକରେ ୮ ରାଜ୍ୟର ନେତୃମଣ୍ଡଳୀଙ୍କ ସହ ଯୋଗ ଦେବେ ବିଜେଡିର ଏହି ଦୁଇ ନେତା। ବୈଠକ ଶେଷ ପରେ ଡ଼ି-ଲିମିଟେସନ ଉପରେ ରୂପରେଖ ଆସିବ। ଓଡିଶାର ସ୍ୱାର୍ଥକୁ ସାଲିସ କରାଯିବ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।







