
ଭୁବନେଶ୍ୱର: ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ହପଞ୍ଚିଛନ୍ତି ।ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ସ୍ୱାଗତ କରିଥିଲେ ।
ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ କଣ୍ଟିଲୋ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୨ଟା ୧୦ମିନିଟ୍ରେ କଣ୍ଟିଲୋରେ ପହଞ୍ଚିବା ପରେ ପୂର୍ତ୍ତ ଡାକ ବଙ୍ଗଳାରେ ୩୦ ମିନିଟ୍ ବିଶ୍ରାମ ନେଇ ନୀଳମାଧବ ମନ୍ଦିର ପରିଦର୍ଶନ ଅଭିମୁଖେ ବାହାରିବେ। ନୀଳମାଧବଙ୍କୁ ଦର୍ଶନ ପରେ ସେଠାରୁ ସଡ଼କ ପଥରେ କାଳିଆପଲ୍ଲୀ ଗ୍ରାମକୁ ଯିବେ।







