
ଭୁବନେଶ୍ଵର: ନାରୀ ନିର୍ୟାତନା ବୃଦ୍ଧି ପ୍ରତିବାଦରେ ଆଜି ବିଧାନସଭା ଘେରାଉ କରିଛି କଂଗ୍ରେସ। ଯାହାକୁ ନେଇ ରାଜଧାନୀ ଭୁବନେଶ୍ଵରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ସବୁ ଗୁରୁତ୍ଵପୂର୍ଣ୍ଣ ଛକ ଏବଂ ମୁଖ୍ୟ ରାସ୍ତାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ମୋଟ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ , ସେଥିପ୍ରତି ସୁରକ୍ଷାକର୍ମୀ ମାନେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।







