ଆହତ କର୍ମୀଙ୍କ ପାଇଁ କଂଗ୍ରେସର ପୂଜାର୍ଚ୍ଚନା

ଭୁବନେଶ୍ବର: ଆହତ କର୍ମୀଙ୍କ ପାଇଁ କଂଗ୍ରେସର ପୂଜାର୍ଚ୍ଚନା । ରାଲିରେ ଆହତ କର୍ମୀଙ୍କ ପାଇଁ ତାରା ଘଣ୍ଟ ବଜାଇ ଗଲେ ମନ୍ଦିର । ଖାଲି ମନ୍ଦିର ଯାଇନଥିଲେ ତ ଆର୍ୟ୍ୟ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଗୁରୁବାର ବିକ୍ଷୋଭ ସ୍ଥଳରେ ପୋଲିସ ଆକ୍ରମଣରେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କ ଆଶୁ ଆରୋଗ୍ୟ କାମନା କରି ରାଲି କରିଛନ୍ତି । କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକନଗରସ୍ଥିତ ଆର୍ୟ୍ୟ ସଂସ୍କୃତି ମନ୍ଦିର ଗଲେ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ଅନ୍ୟ ବିଧାୟକ ସାମିଲ ଥିଲେ ।

ସୂଚନା ଥାଉକି, ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପ୍ରତିବାଦରେ ରଣହୁଙ୍କାର ଦେଇଛି କଂଗ୍ରେସ । ଦୀର୍ଘ ଦିନ ପରେ ଭୁବନେଶ୍ବର ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ଦଳର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସମେତ ହଜାର ହଜାର କର୍ମୀ ରାମମନ୍ଦିର ପାଖରୁ ମାଷ୍ଟରକ୍ୟାଣ୍ଟିନ ପର୍ୟ୍ୟନ୍ତ ପଦଯାତ୍ରାରେ ଆସି ଗାନ୍ଧିମାର୍ଗରେ ପ୍ରତିବାଦ କରିଛନ୍ତି । ସଭାମଂଚରୁ ଜଣଙ୍କ ପରେ ଜଣେ ନେତା ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ସଭା ଚାଲିଥିବାବେଳେ କିଛି କର୍ମୀ ବିଧାନସଭା ଆଡକୁ ଯିବା ପାଇଁ ଉଦ୍ୟମ କରିବା ପରେ ଆରମ୍ଭ ହୋଯାଇଥିଲା ମହାଭାରତ । ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ୍‌ ଭାଂଗିବାକୁ ଉଦ୍ୟମ କରୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ପୋଲିସ । ଲାଠିଚାର୍ଜ ପରେ ଉତ୍ତେଜିତ କଂଗ୍ରେସ କର୍ମୀ ପୋଲିସ ଉପରକୁ ଚେୟାର ଫିଙ୍ଗିଥିଲେ । ପଥର ବି ମାଡ କରିଥିଲା ।
ପରିସ୍ଥିତି ଅଣାୟତ ହେଉଥିବାବେଳେ ପୋଲିସ ପାଣି ଓ ଳୁହବୁହା ଗ୍ୟାସ ମାଡ କରିଥିଲା । ଏଥିରେ ଉଭୟ ପକ୍ଷର ଆହତ ହୋଇଥିଲେ । କାହାର ମୁଣ୍ଡ ଫାଟି ଧାରଧାର ରକ୍ତ ବୋହୁଥିଲା ତ ଆଉ କିଏ ବେହୋସ ହୋଇଯାଇଥିଲେ । ସାଥୀ କର୍ମୀ ଆହତ ହେବା ପରେ ବି ଡରି ଯାଇନଥିଲେ କଂଗ୍ରେସ ନେତା ଓ କର୍ମୀ । ବିଧାନସଭା ଆଡକୁ ପୁଣି ଥରେ ଆଗେଇ ଥିଲେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ । ବାଉଁଶ ବାଡ, କଣ୍ଟା ବାରକୁ ଡେଇଁ ଯିବାକୁ ଉଦ୍ୟମ କରିଥିଲେ ।
ହେଲେ,ପୋଲିସର କଡା ସୁରକ୍ଷା ବଳୟକୁ ଭେଦ କରି ଆଗକୁ ଯିବାରେ ସକ୍ଷମ ହୋଇପାରିନଥିଲେ । ଶେଷରେ ବ୍ୟାରିକେଡ ନିକଟରେ ବସିପଡିଥିଲେ ପିସିସି ସଭାପତିଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା । ସେଠାରୁ ସେମାନଙ୍କୁ ଉଠାଇ ନେଇଥିଲା ପୋଲିସ । ତେବେ ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଓଡିଶା କଂଗ୍ରେସର ଆନ୍ଦୋଳ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ