ନନ୍ଦନକାନନ:ପର୍ୟ୍ୟଟକଙ୍କ ଆକର୍ଷଣ ସାଜିବେ ଦେଶ ବିଦେଶର ବିଭିନ୍ନ ପ୍ରଜାତିର ମାଙ୍କଡ଼

ଭୁବନେଶ୍ବର: ନନ୍ଦନକାନନରେ ସ୍ବତନ୍ତ୍ର ଭାବରେ କରାଯାଇଛି ‘ବାନରଙ୍କ ଦୁନିଆ’ । ପର୍ୟ୍ୟଟକଙ୍କ ଆକର୍ଷଣ ସାଜିବେ ଦେଶ ବିଦେଶର ବିଭିନ୍ନ ପ୍ରଜାତିର ମାଙ୍କଡ଼ । ଗୋଟିଏ ସ୍ଥାନରେ ପର୍ୟ୍ୟଟକମାନେ ବିଭିନ୍ନ ପ୍ରଜାତିର ମାଙ୍କଡ଼ଙ୍କୁ ଦେଖିବାକୁ ପାଇବେ । ପର୍ୟ୍ୟଟକଙ୍କ ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍‌ଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ଼ ‘ବାନରଙ୍କ ଦୁନିଆ’ ।
ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ଼ ଦେଖିବାକୁ ମିଳିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ ‘ବାନରଙ୍କ ଦୁନିଆ’ । ୧୩୬୬୫.୨ ବର୍ଗଫୁଟ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ ହୋଇଛି । ଏଥିପାଇଁ ମୋଟ ୧ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ବିଭିନ୍ନ ଦେଶର ୭ ପ୍ରଜାତିର ମାଙ୍କଡ଼ ଦେଖିବାକୁ ପାଇବେ ।ମାଙ୍କଡ଼ମାନଙ୍କ ପାଇଁ ନନ୍ଦନକାନନରେ ୧୮ଟି ଫିଡିଙ୍ଗ୍ ଚ୍ୟାମ୍ବର ଓ ୧୦ଟି ବ୍ୟାକ୍ କ୍ରୋଲ ବ୍ୟବସ୍ଥା କରାଯାଇଛି । ପର୍ୟ୍ୟଟକମାନେ ଖୁଆଡ଼ ବୁଲି ଦେଖୁବା ପାଇଁ ସମସ୍ତ ରାସ୍ତାକୁ କଂକ୍ରିଟ, ଉପରେ ଛାତ ଓ ଜନ୍ତୁମାନଙ୍କୁ ଦେଖୁବା ପାଇଁ ଖୁଆଡ଼ ସମ୍ମୁଖରେ କାଚ ଲଗାଯାଇଛି । ଖୁଆଡ଼ ସହିତ ପର୍ୟ୍ୟଟକମାନେ କୃତ୍ରିମ ଝରଣା ମଧ୍ୟ ଦେଖିପାରିବେ । ବର୍ତ୍ତମାନ ସମୟରେ ନନ୍ଦନକାନନରେ କେବଳ ୧୦ ପ୍ରଜାତିର ବିଦେଶୀ ମାଙ୍କଡ ଦେଖିବାକୁ ପାଇବେ । ସମୁଦାୟ ନନ୍ଦନକାନନରେ ୧୫ ପ୍ରଜାତିର ଦେଶୀ ଏବଂ ବିଦେଶୀ ମାଙ୍କଡ ଦେଖିବାକୁ ପାଇଵେ ପର୍ୟ୍ୟଟକ ।ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, “ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ କରାଯାଉଛି । ଯାହା ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବ । ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ୟ୍ୟଟକ ଆସୁଛନ୍ତି । ସେମାନଙ୍କର ସଂଖ୍ୟା କିଭଳି ଭାବରେ ବୃଦ୍ଧି କରାଯିବ ସେନେଇ ମଧ୍ୟ ଯୋଜନା କରାଯାଉଛି ।”

  • Related Posts

    Breastfeeding brings the child closer to the mother’s heart : Dy CM Smt. Pravati Parida

    Bhubaneswar: The State-Level celebration of World Breastfeeding Week 2025 was held today at the Lok Seva Bhawan Convention Centre in Bhubaneswar, under the leadership of the Department of Women and…

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”