ଚଳିତ ବର୍ଷ ୫ ନୁହେଁ, ୪ ଦିନ ପଞ୍ଚୁକ

ପୁରୀ:  ମଙ୍ଗଳବାର କାର୍ତ୍ତିକର  ମହାପଞ୍ଚୁକ ବ୍ରତ ଆରମ୍ଭ । ପଞ୍ଚୁକ ୫ ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ବର୍ଷକରେ ଥରେ ଦର୍ଶନ  ଦେଇଥାନ୍ତି । ତେଣୁ ଏହି ୫ ଦିନକୁ ଚାତକ ଭଳି ଚାହିଁ ରହିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ତିଥି କ୍ଷୟ ପଡୁଥିବାରୁ ପଞ୍ଚୁକ ୫ ପରିବର୍ତ୍ତେ ୪ଟି ଦିନ  ପଡ଼ୁଛି । ତେଣୁ ଭକ୍ତ ୪ଟି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।   ଦେବ ଉତ୍‌ଥାପନ ଏକାଦଶୀରୁ  ପୂର୍ଣ୍ଣିମା ପର୍ୟ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ପ୍ରତ୍ୟହ  ଭିନ୍ନ ଭିନ୍ନ ବେଶରେ ସୁସଜ୍ଜିତ ହୋଇ ଦର୍ଶନ ଦେବେ । ୧୨ ତାରିଖ ଅର୍ଥାତ୍‌  ପଞ୍ଚୁକ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ  ବେଶ, ୧୩ରେ ବାଙ୍କଚୂଡ଼ା ବେଶ,  ୧୪ରେ ଡାଳିକିଆ ତଥା ତ୍ରିବିକ୍ରମ  ବେଶ ଓ ୧୫ରେ ଅର୍ଥାତ୍‌ ଶେଷ  ଦିନ ପୂର୍ଣ୍ଣିମାରେ ରାଜାଧିରାଜ ବା  ସୁନାବେଶରେ ଦର୍ଶନ ଦେବେ ।  ସାଧାରଣତଃ ପଞ୍ଚୁକର ପ୍ରଥମ  ଦିନରେ ଠାକୁରଙ୍କ ଲକ୍ଷ୍ମୀନୃସିଂହ  ବେଶ ଅନୁଷ୍ଠିତ ହୋଇଥାଏ । ତିଥି  କ୍ଷୟ ପଡୁଥିବାରୁ ଏବର୍ଷ ଏହି ବେଶ  ହେବନାହିଁ । ଫଳରେ ଚଳିତବର୍ଷ  ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଲକ୍ଷ୍ମୀନୃସିଂହ  ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ  ରହିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ  ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର  ନାରାୟଣ ମହାନ୍ତି ସ୍ପଷ୍ଟ କରିଛନ୍ତି ।

ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ  ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ  ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି  ପ୍ରଶାସନ ପକ୍ଷରୁ ଆକଳନ  କରାଯାଇଛି । ଭିଡ଼କୁ ଦୃଷ୍ଟିରେ  ରଖି ପୁଲିସ ପ୍ରଶାସନ ତରଫରୁ  ମରିଚିକୋଟ ଛକଠାରୁ ସିଂହଦ୍ୱାର  ପର୍ୟ୍ୟନ୍ତ ବ୍ୟାରିକେଡ୍‌ କରାଯାଇଛି ।  ଶ୍ରଦ୍ଧାଳୁମାନେ ବ୍ୟାରିକେଡ ଦେଇ  ସିଂହଦ୍ୱାର, ବାଇଶି ପାହାଚ ଦେଇ  ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏହି  ଦିନରେ କେବଳ ସିଂହଦ୍ୱାରରେ  ଶ୍ରଦ୍ଧାଳୁ ପ୍ରବେଶ କରିବେ ଓ ଦର୍ଶନ  କରିବା ପରେ ଅନ୍ୟ ୩ ଦ୍ୱାରରେ  ପ୍ରସ୍ଥାନ କରିବେ ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ