ତାତି ନ ଥମୁଣୁ ପୁଣି କିଟ୍‌ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: କିଟ୍‌ ତାତି ନ ଥମୁଣୁ ପୁଣି ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସନ୍ଦେହଜନକ ପରିସ୍ଥିତିରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ଜବତ ହୋଇଛି। ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ଛାତ୍ରଙ୍କ ମୃତଦେହ ଜବତ ହୋଇଥିବା ସୂଚନା ମିଳିଛି। ମୃତଛାତ୍ର କିଟ୍‌ ବିଶ୍ବବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଛାତ୍ର। ଛାତ୍ର ଜଣଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ, ଘର ପଶ୍ଚିମବଙ୍ଗ ବାଁକୁରା। ଅର୍ଣ୍ଣବ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି ହଷ୍ଟେଲ୍‌ରୁ ସେ କାହିଁକି ମଞ୍ଚେଶ୍ୱର ଆସିଥିଲେ। ସେଠାରେ କେଉଁ ପରିସ୍ଥିତିରେ ତାଙ୍କରୁ ମୃତ୍ୟୁ ଘଟିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ମଞ୍ଚେଶ୍ବର ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ଅର୍ଣ୍ଣବଙ୍କ ମୃତ୍ୟୁ ନେଇ କିଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ନିକଟରେ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା ଓଡ଼ିଶା। ଘଟଣାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲପରେ ରାଜନୀତି ସରଗରମୁ ହୋଇଥିଲା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ତୁରନ୍ତ ସାଇନ ଏ ଡାଏ ଘୋଷଣା କରିବା ସହିତ ଏଠାରେ ଅଧ୍ୟୟନରତ ନେପାଳର ଶତାଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ବାଧ୍ୟ କରିଥିଲେ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ