ଆଇପିଏଲ୍: ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ଓ ମୁମ୍ବଇ ଇଣ୍ଡିଆନ୍ସ ଟକ୍କର

ଲକ୍ଷ୍ନୌ : ଆଇପିଏଲ​‌ରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ୧୬ତମ ମ୍ୟାଚ ଖେଳାଯିବ। ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଦୁଇଟି ଲେଖାଏଁ ପରାଜିତ ହୋଇଛନ୍ତି। ସମାନ ସ୍ଥିତିରେ ଥିବା ଦୁଇ ଦଳ ଉକ୍ତ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛନ୍ତି। ଋଷଭ ପନ୍ତଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୧ ୱିକେଟରେ ଓ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବା ବେଳେ ସନରାଇଜର୍ସ ହାଇଦରାବାଦ୍‌କୁ ୫ ୱିକେଟରେ ପରାସ୍ତ କରିଥିଲା। ମିଚେଲ ମାର୍ଶ ଓ ନିକୋଲାସ ପୁରନଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ବଡ଼ ଇନିଂସ ଖେଳି ପାରିନାହାନ୍ତି। ଚଳିତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ଋଷଭ ୩ଟି ମ୍ୟାଚରୁ ମାତ୍ର ୧୭ରନ କରିଛନ୍ତି। ଯାହା ଦଳକୁ ବଡ଼ ଚିନ୍ତାରେ ପକାଇଛି। ଦଳକୁ ବିଜୟୀ ହେବାକୁ ହେଲେ ଏବେ ପୁରନ ଓ ମାର୍ଶଙ୍କ ସହ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ରନ କରିବାକୁ ପଡ଼ିବ। ବୋଲିଂରେ ସାର୍ଦୁଳ ଠାକୁର ୬ଟି, ମଣିମୁରାନ ସିଦ୍ଧାର୍ଥ ୨ଟି, ଦିଗଭାସ ରାଠି ୫ଟି, ରବି ବିଷ୍ଣୋୟି ୩ଟି ୱିକେଟ ନେଇଛନ୍ତି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ଆକାଶ ଦୀପ ଦଳରେ ଯୋଗ ଦେଇଛନ୍ତି। ସେ ମୁମ୍ବଇ ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ କ୍ରମାଗତ ଦୁଇଟି ମ୍ୟାଚରେ ହାରିବା ପରେ କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବିଜୟ ସ୍ବାଦ ପାଇଛି। ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ନିକଟରୁ ୪ ୱିକେଟରେ ଓ ଗୁଜରାଟ ଟାଇଟାନ୍‌ସ ନିକଟରୁ ୩୬ରନରେ ପରାଜିତ ହୋଇଥିବା ବେଳେ କଲକାତା ନାଇଟ୍‌ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଥିଲା। ଦଳ ନିକଟରେ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, ରିୟାନ ରିକେଲଟନ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ତାରକା ବ୍ୟାଟ୍‌ସମ୍ୟାନ ରହିଛନ୍ତି। କିନ୍ତୁ ଚମକ ଦେଖାଇବାରେ ଏପର୍ୟ୍ୟନ୍ତ ସଫଳ ହୋଇନାହାନ୍ତି। ରୋହିତ ଶର୍ମା ୩ଟି ମ୍ୟାଚରୁ ୨୦, ସୂର୍ୟ୍ୟକୁମାର ୧୦୪, ରିୟାନ ରିକେଲଟନ ୮୧ ରନ କରିଛନ୍ତି। ଦଳକୁ ବିଜୟ ହାସଲ କରିବାକୁ ହେଲେ ରୋହିତ, ସୂର୍ୟ୍ୟକୁମାର ଓ ହାର୍ଦିକଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ବୋଲିଂରେ ଟ୍ରେଣ୍ଟ ବୋଲ୍‌ଟ ୨ଟି, ଦୀପକ ଚହର ୪ଟି, ଅଶ୍ବିନୀ କୁମାର ୪ଟି,ହାର୍ଦିକ ପାଣ୍ଡ୍ୟା ୩ଟି, ବିଘ୍ନେଶ ପୁତୁର ୪ଟି ୱିକେଟ ନେଇଛନ୍ତି। ଶେଷ ମ୍ୟାଚରେ ଅଶ୍ବିନୀ କୁମାର ଆଇପିଏଲ ପଦାର୍ପଣ କରିବା ସହ ୪ଟି ୱିକେଟ ନେଇଥିଲେ। ଯାହା ମୁମ୍ବଇକୁ ବୋଲିଂରେ ଆଶ୍ବସ୍ତି ମିଳିିଛି। ଦୁଇ ଦଳ ମଧ୍ୟରେ ମୋଟ୍‌ ୬ଟି ମ୍ୟାଚ ଖେଳାଯାଇଛି। ସେଥି ମଧ୍ୟରୁ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ୪ଟି ଓ ମୁମ୍ବଇ ଇଣ୍ଡିଆନ୍‌ସ ଗୋଟିଏ ମ୍ୟାଚ ଜିତିଛି।

  • Related Posts

    ଆଇପିଏଲ : କେକେଆରକୁ ହରାଇଲା ଲକ୍ଷ୍ନୌ

    କଲକତା:ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ । ୧୮୧ରନର ପିଛା କରି ନିର୍ଦ୍ଧାରିତ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୮୨ରନ୍ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୪ଓ୍ବିକେଟ ହରାଇ…

    Continue reading
    ରଗବୀ ଚାମ୍ପିଅନସିପ୍‌: କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ

    ଭୁବନେଶ୍ୱର :ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ରଗବୀ ଚାମ୍ପିଅନସିପ୍‌ ୨୦୨୫-୨୬ ରେ ଆଜି ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିଅନସିପ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ