ଆସିଲା ଆଜ୍ଞାମାଳ : ଖପୁରିଆରେ ରଥ କାଠ ଚିରଟ ଆରମ୍ଭ

କଟକ : ଶ୍ରୀରାମ ନବମୀ ତିଥିରେ ପୁରୀ ଘୋଷଯାତ୍ରା ପାଇଁ ରଥକାଠ ଚିରଟ କାମ ଆରମ୍ଭ ହୋଇଛି। କଟକ ଖପୁରିଆରେ ଥିବା ସରକାରୀ କାଠ ମିଲ୍‌ରେ ରବିବାର ଏହି ରଥ କାଠ ଚିରଟ ଶୁଭ ଅନୁକୂଳ କରାଯାଇଥିଲା। ପରମ୍ପରା ଅନୁସାରେ ରାମ ନବମୀରେ ରଥ ନିର୍ମାଣ ପାଇଁ ଜଙ୍ଗଲରୁ ଆସିଥିବା କାଠ ଚିରଟ କାମ ପାରମ୍ପରିକ ଭାବେ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ, ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ଏହି ରଥ କାଠ ଚିରଟ ଆରମ୍ଭ ହୋଇଛି। ସେହିଭଳି ରଥ ତିଆରି ପାଇଁ ଢେଙ୍କାନାଳ, ନୟାଗଡ଼ ଓ ବରଗଡ଼ ଜଙ୍ଗଲରୁ କାଠ ସଂଗ୍ରହ ହୋଇଛି। ତିନି ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମୋଟ ୮୧୮ଖଣ୍ଡ କାଠ ଚିରଟ ହେବାକୁ ଥିବାବେଳେ ଆଜି ସୁଦ୍ଧା ଖପୁରିଆ କାଠ ମିଲ୍‌ରେ ୫୦୦ ଖଣ୍ଡ କାଠ ପହଞ୍ଚିଛି। ଅସନ କାଠ, ଧଉରା କାଠ, ଫାସି କାଠ, ଶିମିଳି କାଠ ଓ ମଇ କାଠ ଭଳି ୭ ହଜାର ଘନଫୁଟ କାଠ ଚିରଟ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୬ ଜଣ ପ୍ରତିନିଧି ସାଙ୍ଗରେ ଆଜ୍ଞାମାଳ, ଦୀପ, ମହାପ୍ରସାଦ, ଧୂପ ନେଇ ଆସିଥିଲେ। ଦିନ ୧ ଟା ଅମୃତ ବେଳାରେ ଏହି ୩ ଧଉରା କାଠ ପୂଜା ହୋଇଥିଲା। କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ଭୋଳଙ୍କ ସମେତ ବନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ସରସ୍ବତୀ ପୂଜା, ଶ୍ରୀରାମ ନବମୀ ଏବଂ ଅକ୍ଷୟ ତୃତୀୟ ଦିନ ୩ ଧଉରା କାଠ ପୂଜା ହୋଇଥାଏ। ଏହା ପରେ ରଥ କାମ ଆରମ୍ଭ ହୁଏ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ