
ଭୁବନେଶ୍ୱର: ମୁଁ ଦଳରେ ନାହିଁ କହିବା ମହାମିଛ । ମୁଁ ଗତକାଲି ଠାରୁ ଦଳରେ ନାହିଁ ।ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଉଛି ବୋଲି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଛନ୍ତି । ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମନାକୁ ଆସି ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିଥିବାବେଳେ ଗୁରୁବାର ଶ୍ରୀ ତ୍ରିପାଠୀ ଏହାର ଜବାବ ଦେଇ ଏଭଳି କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଚିଟଫଣ୍ଡ କେସ ବିଚାରାଧୀନ ଅଛି । ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି । ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି । ୱାକଫ ପ୍ରସଙ୍ଗ ଏଡ଼ାଇବା ପାଇଁ ମୋତେ ଟାର୍ଗେଟ କରାଯାଉଛି । ବିଜେଡିର ଭବିଷ୍ୟତ ଠିକ ନାହିଁ ବୋଲି ଭାବୁଛି ।








