“ସ୍ପଷ୍ଟ ଭାବରେ କୁହନ୍ତୁ ବାହ୍ୟ ଶକ୍ତି କିଏ ?”

ଭୁବନେଶ୍ବର: ୱାକଫ ବିଲକୁ ନେଇ ଦୁଇ ଫାଳ ବିଜେଡି । ପରସ୍ପର ବିରୋଧରେ ନେତା ଆରୋପ ପ୍ରତ୍ୟାରୋପ ସୀମା ଟପିଲାଣି । ଦଳ ଭିତରେ ଥିବା ଚାପା ଅସନ୍ତୋଷ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଘନ ଘନ ଚାଲିଛି ନେତାଙ୍କ ବୈଠକ । ଗୋଟିଏ ଦିନରେ ଦଳର ବସିଲା ଦୁଇଟି ବୈଠକ ।

ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ଘରେ ଏକାଠି ହୋଇଥିଲେ କିଛି ବରିଷ୍ଠ ବିଜେଡି ନେତା । ବୈଠକରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମାଙ୍କ ଭଳି ନେତା ଏକାଠି ହୋଇଥିଲେ । ବୈଠକ ପରେ ବିଧାୟକ ଅରୁଣ ସାହୁ କହିଛନ୍ତି, “ସଂଗଠନ ନିର୍ବାଚନ ନେଇ ବୈଠକ ହୋଇଥିଲା । ସବୁ ବୈଠକର ନିଷ୍ପତ୍ତି ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଉଛି । ବହୁ କଥାକୁ ବିଚାର ବିମର୍ଷ କରି ପଦକ୍ଷେପ ନିଆଯାଉଛି । ଯିଏ ଯାହା କହୁଛନ୍ତି ସ୍ପଷ୍ଟ ଭାବରେ କୁହନ୍ତୁ ବାହ୍ୟ ଶକ୍ତି କିଏ ? ଭିତର ଶକ୍ତି କିଏ ବୁଲେଇ ବାଙ୍କେଇ କୁହନ୍ତୁ ନାହିଁ । ଦଳର ଜଣିଏ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ । ଯିଏ ଯେଉଁଠି ବସୁଛନ୍ତି, ସମସ୍ତଙ୍କର ଜଣେ ନେତା ହେଉଛନ୍ତି ନବୀନ । ସବୁ କଥାର ଅନ୍ତ ଘଟିବ । ଓଡିଶା ବାସୀ ସବୁ ଜାଣିବେ । ବିଜେଡି ଆହୁରି ଶକ୍ତିଶାଳୀ ହେବ । ମୁଁ ଇସାରା ଦେଉଛି । ବିଜେଡି ମହା ସମୁଦ୍ର । ସବୁ ନଦୀ ସେଇଠି ପଡିବେ ।”

  • Related Posts

    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading
    ପଞ୍ଚାୟତ ନିର୍ବାଚନ: ତିନି ଦଳର ଜୋରଦାର୍‌ କସରତ

    ଭୁବନେଶ୍ୱର,: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି । ପଞ୍ଚାୟତ ନିର୍ବାଚନରେ ବାଜିମାତ୍‌ କରିବାକୁ ଶାସକ ବିଜେପିଠୁ ଆରମ୍ଭ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ