ଫେରିଲେ ସସ୍ମିତ: କିନ୍ତୁ କିଛି କହିଲେନି

ଭୁବନେଶ୍ୱର: ରାଜ୍ୟସଭାରେ ୱାକଫ ବିଲ ଭୋଟିଂକୁ ନେଇ ବିଜେଡି ରାଜନୀତି ହଇଚଇ ସୃଷ୍ଟି ହୋଇଥିବାବେଳେ ବିଦେଶରୁ ଫେରିଲେ ଏନେଇ ସବୁକଥା କହିବେ ବୋଲି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଥିଲେ । କିନ୍ତୁ ଗୁରୁବାର ସେ ବିଦେଶଗସ୍ତରୁ ଫେରିଥିଲେ ହେଁ ଏନେଇ କିଛି କହିବା ନେଇ ମନା କରିଦେଇଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ସସ୍ମିତ ଘଟଣା ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି । ୱାକଫ ବିଲ ଭୋଟିଂକୁ ନେଇ ଦଳରେ ବିବାଦ ସୃଷ୍ଟି ହୋଇଥିଲେ ହେଁ ସେ କିଛି କହିନାହାନ୍ତି । କେବଳ ଦଳ ଏନେଇ ସ୍ପଷ୍ଟୀକରଣ ଦେବ ବୋଲି ସସ୍ମିତ କହିଛନ୍ତି । ସସ୍ମିତଙ୍କ ବିବେକାନୁମୋଦିତ ଭୋଟିଂ ଟ୍ୱିଟକୁ ନେଇ ବିବାଦ ଥମୁନଥିବାବେଳେ ସେ ମୁହଁ ଖୋଲୁନାହାନ୍ତି । ଫଳରେ ସେ ରହସ୍ୟକୁ ଆହୁରି ବଢ଼ାଇଛନ୍ତି ।

ପ୍ରକାଶ ଯେ ୱାକଫ ବିଲ ଭୋଟିଂକୁ ନେଇ ବିଜେଡି ଏବେ ଫାଳ ଫାଳ । ତେବେ ତାସକେଣ୍ଟରୁ ଫେରିବା ପରେ ସସ୍ମିତ ସବୁ କଥା କହିବେ ବୋଲି କହିଥିଲେ । କିନ୍ତୁ ସସ୍ମିତ ତାସକେଣ୍ଟରୁ ଫେରି ନୂଆଦିଲ୍ଲୀରେ ପହଞ୍ଚିଥିଲେ ହେଁ କିଛି କହିବାକୁ ମନା କରି ସବୁ ଦଳ ଉପରେ ଛାଡ଼ିଦେଇଛନ୍ତି ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ