ମନୋରଞ୍ଜନଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ସୁଦୃଢ଼ କରାଯିବ ପ୍ରାଥମିକ ଶିକ୍ଷା: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ର ଛାତ୍ରୀ ଜିଲ୍ଲା, ରାଜ୍ୟ ତଥା ଭାରତ ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୈନ୍ୟ ବିଭାଗ ଓ ପ୍ରଶାସନିକ ବିଭାଗରେ କାର୍ୟ୍ୟରତ ଅଛନ୍ତି। ଅନେକ ଅବସର ନେଲେଣି। ନିକଟରେ ଦେଶ ମାତୃକାର ସେବାରେ ସହିଦ ହୋଇଥିବା ରାଜକିଶୋର ମୁଣ୍ଡା ଏ ବିଦ୍ୟାଳୟର ଜଣେ ସୁନାମଧନ୍ୟ ଛାତ୍ର ଥିଲେ। ଏ ବିଦ୍ୟାଳୟ ଆଜି ତାଙ୍କ ବଳିଦାନରେ ଗୌରବାନ୍ୱିତ। ସେଭଳି ବୀର ସନ୍ତାନଙ୍କ ପାଇଁ କେବଳ ଏ ବିଦ୍ୟାଳୟ ନୁହଁ, କେନ୍ଦୁଝର ଜିଲ୍ଲା ନୁହଁ ବରଂ ସମଗ୍ର ଓଡିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାର ବିଦ୍ୟାଳୟ ଶିକ୍ଷା ବଜେଟକୁ ୩୧ ହଜାର କୋଟି ଟଙ୍କାରୁ ଅଧିକ କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ଏବଂ ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ଆବଣ୍ଟନ। ଏହି ଅଧିକ ଖର୍ଚ୍ଚ ରାଜ୍ୟରେ ଶିକ୍ଷା ପାଇଁ ଉତ୍କୃଷ୍ଟ ଭିତ୍ତିଭୂମି ଗଢି ତୋଳିବାରେ ସାହାଯ୍ୟ କରିବ। ଶିକ୍ଷାର ବିକାଶ ପାଇଁ ଅନେକ ମହତକାଂକ୍ଷୀ ଯୋଜନା ଆରମ୍ଭ କରାଯାଇଛି। ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି, ବୋଲି ସେ କହିଥିଲେ।

ଏହି ଅବସରରେ ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରସ୍ବତୀ ଶିଶୁ ମନ୍ଦିରର ପାଠପଢ଼ା ଶୈଳୀ ସମସ୍ତଙ୍କଠାରୁ ଭିନ୍ନ। ଏଠାରେ ପିଲାଙ୍କ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଏ। ତା ସହିତ ପିତାମାତା, ଗୁରୁ ତଥା ଗୁରୁଜନମାନଙ୍କୁ ସମ୍ମାନ, ସାନ ମାନଙ୍କୁ ଆଦର ଏବଂ ସାମାଜିକ ସୌହାର୍ଦ୍ଦ୍ୟ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଏ। ଶିଶୁ ମନ୍ଦିରରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ପ୍ରାୟତଃ ସମାଜରେ ବିପଥଗାମୀ ହୁଅନ୍ତି ନାହିଁ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ