
ପୁରୀ:ଖୁବ୍ଶୀଘ୍ର ସରିବ ରତ୍ନଭଣ୍ଡାର ମରାମତି। ଚଟାଣକୁ ଛାଡ଼ି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ପ୍ରାୟତଃ ଶେଷ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏଏସ୍ଆଇ ଅଧିକାରୀମାନଙ୍କ ସହ ଶୁକ୍ରବାର କାର୍ୟ୍ୟ ସମୀକ୍ଷା କରିବା ପରେ ଏନେଇ ସେ ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ରତ୍ନ ଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍କୁ କାଢି ନୂଆ ୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଦିଆଯାଇଛି । ବାହାର ରତ୍ନ ଭଣ୍ଡାରରେ ପୁରୁଣା ଭଙ୍ଗା ପଥରଗୁଡ଼ିକୁ କାଢି ମରାମତି ନଚେତ ନୂଆ ପଥର ଉକ୍ତ ସ୍ଥାନରେ ବ୍ୟବହାର କରାଯାଇଛି । ରତ୍ନ ଭଣ୍ଡାର ବାହାର ପାଶ୍ୱର୍ରେ ମଧ୍ୟ ସଂରକ୍ଷଣ ଓ ମରାମତି କାମ ଚାଲିଛି । ଜଗମୋହନ ଓ ରତ୍ନଭଣ୍ଡାର ମଧ୍ୟ ସ୍ଥଳୀରୁ ପ୍ଲାଷ୍ଟର ଛଡ଼ା ଯାଉଛି । ଏହି ସ୍ଥାନରେ ଭାଙ୍ଗି ଫାଟି ଯାଇଥିବା ପଥର ସ୍ଥାନରେ ନୂଆ ପଥର ଲାଗୁଛି । ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ଏଏସ୍ଆଇ ସରିବା ବୋଲି ସେ ଆଶା ପ୍ରକାଶ କରିଛନ୍ତି ।








