ଶିଶୁଭବନର ୭ ମହଲା କୋଠା ଲୋକାର୍ପିତ

କଟକ: ଶିଶୁଭବନରେ ସାତ ମହଲା କୋଠା ଦୀର୍ଘ ୯ ବର୍ଷ ପରେ ଉଦ୍‌ଘାଟିତ ହୋଇଛି। ୨୦୧୬ ଫେବ୍ରୁଆରି ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହାର ଲୋକାର୍ପଣ ପରେ ଶିଶୁଭବନରେ ମୋଟ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ପାଇଛି। ଏହି ନୂଆ କୋଠା ପାଇଁ ୧୫୨.୯ କୋଟି ଟଙ୍କା ବ୍ୟୟ ହୋଇଛି। ନୂଆ କୋଠାରେ ୧୪୦ଟି ଆଇସିୟୁ ଶଯ୍ୟା, ୨୨୭ଟି ନବଜାତ କେୟାର ଶଯ୍ୟା, ଏସ୍‌ଏନ୍‌ସିୟୁ ପାଇଁ ୪୮ଟି, ଶିଶୁରୋଗ ମେଡିସିନ୍ ପାଇଁ ୨୫୯ଟି, ଶିଶୁରୋଗ (ନେଫ୍ରୋଲୋଜି) ପାଇଁ ୩୦ଟି, ସଂକ୍ରାମକ ରୋଗ ପାଇଁ ୨୬ଟି, ଶିଶୁରୋଗ ସର୍ଜରି ପାଇଁ ୬୦ଟି, ଏନ୍‌ଆର୍‌ସି ପାଇଁ ୧୦ଟି ଏବଂ କାଜୁଆଲିଟିରେ ଜରୁରୀ ସେବା ପାଇଁ ୪୬ଟି ଶଯ୍ୟାକୁ ଶ୍ରୀ ନଡ୍ଡା ଉଦଘାଟନ କରିଛନ୍ତି। ଶିଶୁଭବନ ନୂଆ କୋଠାରେ ମାଗଣା ଔଷଧ ବଣ୍ଟନ ପାଇଁ ୪ଟି ଔଷଧ ବିତରଣ କେନ୍ଦ୍ର (ଡିଡିସି) ଏବଂ ୧୮୦ ଜଣ ଆବାସିକ ଡାକ୍ତରଙ୍କ ରହଣି ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯାଇଛି।
ଶିଶୁଭବନରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଶ୍ରୀ ନଡ୍ଡା ଭୁବନେଶ୍ବରରେ ମାଇକ୍ରୋବାୟୋଲୋଜିକାଲ୍ ଲାବୋରେଟୋରିର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ୪.୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଲାବୋରେଟୋରିରେ ଏଫ୍‌ଏସ୍‌ଏସ୍‌ଏଆଇ ମାନକ ଅନୁଯାୟୀ ଖାଦ୍ୟ ଏବଂ ପାଣି ନମୁନାଗୁଡ଼ିକର ମାଇକ୍ରୋବାୟୋଲୋଜିକାଲ୍ ପରୀକ୍ଷା କରାଯିବ। ଏହି କେନ୍ଦ୍ର ଭୁବନେଶ୍ବର ଓଏସ୍‌ଏମ୍‌ସିଏଲ୍ କ୍ୟାମ୍ପସ୍‌ରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ଲାବୋରେଟୋରିରେ ପ୍ରତିଷ୍ଠା କରାଯିବ। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋସ୍‌, କଟକ ସଦର ବିଧାୟକ ପ୍ରକାଶ ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ