୩ ଯବାନ ଚାକିରିରୁ ହେଲେ ବିଦା

ବୌଦ୍ଧ : ଚାକିରିରୁ ବହିଷ୍କୃତ ହେଲେ ୩ IRB ଯବାନ । ମନମୁଣ୍ଡା IRB ବାରାକରୁ ୧୫ କେଜି ଗଞ୍ଜେଇ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ପଞ୍ଚମ IRB ବାଟାଲିୟନର ଯବାନ ଗିରଫ ପରେ ବହିସ୍କୃତ ହୋଇଛନ୍ତି । ଯବାନ ମାନେ ହେଲେ ହାବିଲଦାର କୁନାର ସିଂହ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ୍ ବାର୍ଲା । ଗତ ୨୫ ମାର୍ଚ୍ଚରେ ୩ ଯବାନ ଗିରଫ ହୋଇଥିଲେ ।ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ଗତିବିଧିକୁ ନେଇ ନଜର ରଖିବା ଏବଂ ଗଞ୍ଜେଇ ଚାଲାଣ ଉପରେ ନଜର ରଖିବା ପାଇଁ ପଞ୍ଚମ IRB ବାଟାଲିୟନର ଏକ ପ୍ଲାଟୁନକୁ ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ କରାଯାଇଥିଲା । ତେବେ ଗତ ୨୫ ତାରିଖରେ ବାରାକରେ ବାଟାଲିୟନର ୩ ଜଣ ଯବାନ ଗଞ୍ଜେଇ ରଖିଥିବା ନେଇ ପୋଲିସ ସୂଚନା ପାଇବା ପରେ ସେଠାରେ ଚଢାଉ କରିଥିଲା । ୩ ଜଣ ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ହାବିଲଦାର କୁନାର ସିଂହ ତାଙ୍କ ନିକଟରୁ ୫ କେଜି, କନେଷ୍ଟବଳ ତ୍ରିଲୋଚନ ରଣାଙ୍କ ନିକଟରୁ ୭ କେଜି ଓ କନେଷ୍ଟବଳ ନିଲମ୍ ବାର୍ଲାଙ୍କ ନିକଟରୁ ୩ କେଜି ଗଞ୍ଜେଇ ଜବତ ହୋଇଥିଲା । ପରବର୍ତ୍ତୀ ସମୟରେ ଏମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଶନିବାର ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ମାମଲାରେ ସଂପୃକ୍ତ ହୋଇ ବହୁ କର୍ମଚାରୀ ଜେଲ୍ ଯାଉଥିବା ବେଳେ ପୋଲିସ କର୍ମଚାରୀ ମାନଙ୍କ ଗଞ୍ଜେଇ ନିଶା ଛାଡୁନାହିଁ । ଯାହାଦ୍ୱାରା କିଛି ପୋଲିସ କର୍ମଚାରୀଙ୍କ ପାଇଁ ସମଗ୍ର ବିଭାଗ ବଦନାମ୍ ହେଉଥିବା ବେଳେ ଅଭିଯୁକ୍ତଙ୍କ ପ୍ରତି ଏଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି ।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ