ଭୁବନେଶ୍ଵର: ଭରତପୁର ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି। ଥାନାରେ ସେନା ଅଧିକାରୀଙ୍କୁ ଏଭଳି ବ୍ୟବହାର ନେଇ ଏସଓପି ଅଣାଯାଇଛି ବୋଲି ସରକାର କହିଛନ୍ତି। ମାମଲାର ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଚାର୍ଜ ସିଟ୍ ଦାଖଲ କରାଯିବ। ସେପଟେ ଥାନାରେ ସିସି ଟିଭି ଲଗାଯିବା ନେଇ ଏଡିଜି ମଧ୍ୟ କୋର୍ଟରେ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଥାନାରେ ସିସି ଟିଭି ଲାଗିଛି। ମାର୍ଚ୍ଚ ସୁଦ୍ଧା ବାକି ଥିବା ସବୁ ଫାଣ୍ଡିରେ ସିସିଟିଭି ଲଗାଯିବ। ଦାନା ପ୍ରଭାବିତ କିମ୍ବା ନୂଆ ବିଲ୍ଡିଂ ହୋଇଥିବା ଥାନାରେ ସିସି ଟିଭି ଲଗାଯାଇନି। ତେଣୁ ୨୦୨୫ ମାର୍ଚ୍ଚ ମାସ ସୁଦ୍ଧାର ସବୁ ଫାଣ୍ଡିରେ ସିସି ଟିଭି ଲଗାଯିବ ବୋଲି କହିଛନ୍ତି ଏଡିଜି।
ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ
ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…







