ଝାରପଡା ଜେଲରେ ଗିରଫ କଂଗ୍ରେସ କର୍ମୀଙ୍କୁ ଭେଟିଲେ ପିସିସି ସଭାପତି

ଭୁବନେଶ୍ବର: କଂଗ୍ରେସର ଗିରଫ କର୍ମୀଙ୍କୁ ଝାରପଡା ଜେଲରେ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ପୋଲିସର ଦମନଲୀଳା ଉପରେ କଂଗ୍ରେସ ପ୍ରତିବାଦର ସ୍ବର ୨୭ ତାରିଖରେ ବିଧାନସଭା ଘେରାଉ ବେଳେ ଗିରଫ ହୋଇଥିବା କଂଗ୍ରେସ କର୍ମୀଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ଭକ୍ତ । ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଭକ୍ତ କହିଛନ୍ତି ସତ୍ୟର ନିଶ୍ଚିନ୍ତ ବିଜୟ ହେବ। ‘‘ଆମର ଲଢେଇ ସତ୍ୟ ପଥରେ ରହିଛି। ନାରୀଙ୍କ ପାଇଁ ଆମର ଲଢେଇ ଥିଲା, ହିଂସା କଂଗ୍ରେସ କର୍ମୀ କିମ୍ବା ନେତା କରିନାହାନ୍ତି। ସୁଚିନ୍ତିତ ଭାବରେ କଂଗ୍ରେସ କର୍ମୀଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି’’ ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ ଆଡ଼ମିସନ ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରେ କିନ୍ତୁ ସେହି ଛାତ୍ରମାନଙ୍କୁ ଏବେ ଜେଲରେ ପୁରାଇ ଦିଆଯାଇଛି। ଛାତ୍ର କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି। ନିର୍ଦୋଷ ଛାତ୍ରମାନଙ୍କୁ ଜେଲରେ ରଖାଯାଇଛି। ପୋଲିସ କଂଗ୍ରେସ କର୍ମୀଙ୍କୁ ଅପରାଧୀଙ୍କ ଭଳି ବ୍ୟବହାର କରିଛି। ଏହା ଉଚିତ ନୁହେଁ। ସହିଦନଗର ଅଂଚଳରେ ଅସାଧୁ ଉପାୟରେ ଜମି ମାଫିଆଙ୍କୁ ଜମି ଦେଇଛନ୍ତି ପୂର୍ବ ସରକାର। ଯେଉଁଠାରେ ଅଣ ଚଉଡା ଜାଗା ଅଛି ତାହାକୁ ମଧ୍ୟ ରିଆଲିସ୍ଟିଟ କମ୍ପାନୀକୁ ଦେଇଦେଇଛନ୍ତି। ସେଠାରେ ପାର୍କିଙ୍ଗ, ପାନୀୟ ଜଳର ସମସ୍ୟା ରହିଛି। ଏଭଳି ଦୁର୍ନୀତି ଭୁବନେଶ୍ୱରରେ ଅନେକ ହୋଇଛି। ଆଗାମୀ ଦିନରେ ଏହି ଦୁର୍ନୀତିଙ୍କୁ ନେଇ କଂଗ୍ରେସ ବିରୋଧ ପଦର୍ଶନ କରିବ।ସୂଚନା ଥାଉ କି ,ରାଜ୍ୟରେ ମହିଳା ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ଏହାର ତୀବ୍ର ପ୍ରତିବାଦ ସ୍ବରୂପ ୨୭ ତାରିଖରେ ବିଧାନସଭା ଘେରାଓ କରିଥିଲା ପ୍ରଦେଶ କଂଗ୍ରେସ। କଂଗ୍ରେସର ୫ ଜଣ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ । ଏହି କାର୍ୟ୍ୟକ୍ରମରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। କଂଗ୍ରେସ କର୍ମୀ ଓ ନେତାଙ୍କ ଉପରକୁ ଟିୟର ଗ୍ୟାସ ଏବଂ ପାଣି ମାଡ଼ କରିଥିଲା। କଂଗ୍ରେସ କର୍ମୀଙ୍କ ପକ୍ଷରୁ ଚେୟାର ଏବଂ ଅଣ୍ଡା ,ପଥର ମାଡ଼ ହୋଇଥିଲା ବୋଲି ଅଭିଯୋଗ ଆଣିଥିଲା ପୋଲିସ। ବହୁ ପୋଲିସ ,କଂଗ୍ରେସ କର୍ମୀ ଏବଂ ଜଣେ ସାମ୍ବାଦିକ ଏହାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆହତ ମାନଙ୍କୁ ଭେଟିବାକୁ ପୋଲିସ ଡିଜି କ୍ୟାପିଟାଲ ହସ୍ପିଟାଲରେ ପହଁଚି ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ମହାନିର୍ଦେଶକ କହିଥିଲେ।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ