୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି

ରାଜ୍ୟ ସରକାର ଆଜି ମଙ୍ଗଳବାର ୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛନ୍ତି। ୨୦୨୫ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ୨୬ଟି ସରକାରୀ ଛୁଟିଦିନ ଓ ୮ଟି ଇଚ୍ଛାଧୀନ ଛୁଟି(ଯେକୌଣସି ଗୋଟିଏ ଦିନ) ମିଳିବ। ଅବଶ୍ୟ ଏହି ସମସ୍ତ ଛୁଟିରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ସାମିଲ ନାହିଁ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୫ ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ପ୍ରଯୁଜ୍ୟ। ଏହି ୨୬ଟି ସରକାରୀ ଛୁଟି ନୂଆବର୍ଷରେ ମକରସଂକ୍ରାନ୍ତିରୁ ଆରମ୍ଭ ହୋଇ ଏକ୍ସମାସ୍ ଡେ’ ପର୍ଯ୍ୟନ୍ତ ରହିଛି । ଏହି ଛୁଟି ବ୍ୟତୀତ ସରକାରୀ କର୍ମଚାରୀମାନେ ଅତିରିକ୍ତ ଭାବେ ଗୋଟିଏ ଦିନ ଛୁଟି(୮ଟି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ) ନେଇପାରିବେ।

୨୦୨୫ କ୍ୟାଲେଣ୍ଡର ବର୍ଷରେ ଯେଉଁ ୮ଟି ଇଚ୍ଛାଧୀନ ଛୁଟି ରହିଛି ସେଗୁଡ଼ିକ ହେଲା- ଜାନୁୟାରୀ ୬ରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ମାର୍ଚ୍ଚ ୨୮ରେ ଶବ-ଇ-କାଦର, ଏପ୍ରିଲ ୧୯ରେ ଇଷ୍ଟର ଶଟରଡେ, ମେ’ ୨୨ରେ ରାଜାରାମ ମୋହନ ରାୟ ଜୟନ୍ତୀ, ଜୁଲାଇ ୫ରେ ବାହୁଡ଼ା ଯାତ୍ରା, ଅକ୍ଟୋବର ୩୧ରେ ଅଁଳା ନବମୀ, ନଭେମ୍ବର ୧୨ରେ ପ୍ରଥମାଷ୍ଟମୀ ଓ ଡିସେମ୍ବର ୨୧ରେ ଖ୍ରୀଷ୍ଟମାସ୍ ପର୍ବ । ଏହି ସମସ୍ତ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନକୁ ରାଜ୍ୟ କର୍ମଚାରୀମାନେ ନିଜର ଇଚ୍ଛାଧୀନ ଛୁଟି ଭାବେ ନେଇପାରିବେ ।

 

ସେହିପରି ୯ଟି ଛୁଟି ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡ଼ୁଛି । ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ(ଚତୁର୍ଥ ଶନିବାର), ଜାନୁୟାରୀ ୨୬ରେ ସାଧାରଣତନ୍ତ୍ର ଦିବସ (ରବିବାର), ଫେବୃୟାରୀ ୨ରେ ବସନ୍ତ ପଂଚମୀ(ରବିବାର), ଏପ୍ରିଲ ୬ରେ ଶ୍ରୀରାମ ନବମୀ(ରବିବାର), ଜୁନ୍ ୧୪ରେ ପହଲି ରଜ(ଦ୍ୱିତୀୟ ଶନିବାର), ଜୁନ୍ ୧୫ ରଜ ସଂକ୍ରାନ୍ତି(ରବିବାର), ଜୁଲାଇ ୬ରେ ମହରମ(ରବିବାର), ଅଗଷ୍ଟ ୯ରେ ଝୁଲଣ ପୂର୍ଣ୍ଣିମା(ଦ୍ୱିତୀୟ ଶନିବାର) ଓ ସେପ୍ଟେମ୍ବର ୨୧ରେ ମହାଳୟା(ରବିବାର) ପଡ଼ୁଛି ।

 

ସେହିପରି ୨୦୨୫ କ୍ୟାଲେଣ୍ଡର ବର୍ଷରେ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି, ୨୩ରେ ସୁବାସଚନ୍ଦ୍ର ବୋଷ/ବୀରସୁରେନ୍ଦ୍ର ସାଏ ଜୟନ୍ତୀ, ଫେବୃୟାରୀ ୨୬ରେ ମହାଶିବରାତ୍ରି, ମାର୍ଚ୍ଚ ୫ରେ ପଂଚାୟତିରାଜ ଦିବସ, ୧୪ରେ ଦୋଳପୂର୍ଣ୍ଣିମା, ୧୫ରେ ହୋଲି, ୩୧ରେ ଇଦ-ଉଲ-ଫିତର, ଏପ୍ରିଲ ୧ରେ ଉତ୍କଳ ଦିବସ, ୧୪ରେ ମହାବିଷୁବ ସଂକ୍ରାନ୍ତି/ବିଆର ଆମ୍ବେଦକର ଜୟନ୍ତୀ, ୧୮ରେ ଗୁଡଫ୍ରାଇଡେ, ମେ’ ୧୨ରେ ବୁଦ୍ଧପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ୨୭ରେ ସାବିତ୍ରୀ ଅମାବାସ୍ୟା, ଜୁନ୍ ୭ରେ ଇଦ-ଉଲ-ଜୁହା, ୨୭ରେ ରଥଯାତ୍ରା, ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ/ଜନ୍ମାଷ୍ଟମୀ, ୨୭ରେ ଗଣେଶ ପୂଜା, ୨୮ରେ ନୂଆଖାଇ, ସେପ୍ଟେମ୍ବର ୫ରେ ପ୍ରଫେଟ୍ ମହମ୍ମଦ ଜୟନ୍ତୀ, ୨୯ରେ ମହାସପ୍ତମୀ, ୩୦ରେ ମହାଅଷ୍ଟମୀ, ଅକ୍ଟୋବର ୧ରେ ମହାନବମୀ, ୨ରେ ବିଜୟା ଦଶମୀ/ଗାନ୍ଧି ଜୟନ୍ତୀ, ୭ରେ କୁମାର ପୂର୍ଣ୍ଣିମା, ୨୧ରେ ଦୀପାବଳି, ନଭେମ୍ବର ୫ରେ ରାସପୂର୍ଣ୍ଣିମା ଓ ଡିସେମ୍ବର ୨୫ରେ ଏକ୍ସମାସ ଡେ ପାଇଁ ସରକାରୀ ଛୁଟି ରହିବ।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

    ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ