ସ୍ଵେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଖାରଜ କରିବା ବେଆଇନ

କଟକ: ମେଡିକାଲ କଲେଜ ପ୍ରଫେସରଙ୍କ ସ୍ବେଚ୍ଛାକୃତ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ । ସେହିପରି ତିନି ମାସର ନୋଟିସ୍ ଅବଧି ସଂପୂର୍ଣ୍ଣ ହେବା ତାରିଖରୁ ଆବେଦନକାରୀଙ୍କ ଭିଆରଏସ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।୨୦୨୩, ଡିସେମ୍ବର ୨୭ରେ ଆବେଦନକାରୀ ଭିଆରଏସ ପାଇଁ ନୋଟିସ୍ ଦେଇଥିବା ବେଳେ ତିନି ମାସର ଅବଧି ଶେଷ ହେବା ଦିନ ଠାରୁ ଅର୍ଥାତ ୨୦୨୪, ମାର୍ଚ୍ଚ ୨୭ରୁ ନିଯୁକ୍ତିଦାତା ରାଜ୍ୟ ସରକାର ଓ କର୍ମଚାରୀ ଆବେଦନକାରୀଙ୍କ ମଧ୍ୟରେ ସଂପର୍କର ଅନ୍ତ ଘଟିଛି । ଯଦି ଏହି ତାରିଖ ପରେ ଆବେଦନକାରୀ ନିଜ ଦାୟିତ୍ବ ସଂପାଦନ କରିଥାନ୍ତି ତେବେ ତାଙ୍କୁ ଏହି ଅବଧି ପାଇଁ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।ଏଥି ସହିତ ତିନି ମାସ ମଧ୍ୟରେ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ଓ ପେନସନ୍ ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ରବି ନାରାୟଣ ଧରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ, ଚାକିରିରୁ ‌ଭିଆରଏସ ନେବା ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶ ବେଆଇନ ବୋଲି ହାଇକୋର୍ଟଙ୍କ ରାୟରେ କହିଛନ୍ତି ।୧୯୯୬ରେ ଆବେଦନକାରୀ ସହକାରୀ ସର୍ଜନ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ଓଡ଼ିଶା ଲୋକସେବା ଆୟୋଗର ସୁପରିସ ଆଧାରରେ ଆବେଦନକାରୀ ଅର୍ଥୋପେଡିକ୍ସ ସର୍ଜରିରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯୋଗ ଦେଇଥିଲେ । ଏହାପରେ ସେ ବୁର୍ଲା ଭିମସାର, କୋରାପୁଟ ବିବି ମେଡିକାଲ କଲେଜରେ ସହକାରୀ ଓ ସହଯୋଗୀ ପ୍ରଫେସର ଭାବେ କାର୍ୟ୍ୟ କରିଥିଲେ । ୨୦୨୦ରେ ସେ ପ୍ରଫେସର ପଦକୁ ପଦୋନ୍ନତି ପାଇଥିଲେ ।ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ସମସ୍ୟା କାରଣ ଦର୍ଶାଇ ଆବେଦନକାରୀ ଭିଆରଏସ ପାଇଁ ୨୦୨୩, ଡିସେମ୍ବର ୨୭ରେ ଦରଖାସ୍ତ ଦାଖଲ କରିଥିଲେ । ଓସିଏସ୍ (ପେନସନ୍) ନିୟମାବଳୀ, ୧୯୯୨ରେ ସ୍ବେଚ୍ଛାକୃତ ଅବସର ସଂପର୍କିତ ବ୍ୟବସ୍ଥା ଆଧାରରେ ସେ ଏହି ଦରଖାସ୍ତ ଦାଖଲ କରିଥିଲେ । ତାଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ବା ଫୌଜଦାରୀ ମାମଲା ବିଚାରାଧୀନ ନଥିବା ବେଳେ ଭିଆରଏସ ପାଇଁ ନିୟମ ଅନୁସାରେ ଅନୁମତି ଦିଆଯିବା କଥା ।କିନ୍ତୁ ସରକାରୀ ମେଡିକାଲରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସ୍ବେଚ୍ଛାକୃତ ଅବସର ଦରଖାସ୍ତକୁ ସରକାର ୨୦୨୪, ଫେବ୍ରୁଆରୀ ୮ରେ ଖାରଜ କରିଥିଲେ । ଏନେଇ ପିଜିଆଇଏମଇଆର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ୨୦୨୪, ଫେବ୍ରୁଆରୀ ୯ରେ ଆବେଦନକାରୀଙ୍କୁ ଅବଗତ କରିଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଓସିଏସ ପେନସନ ନିୟମାବଳୀ ଅନୁସାରେ ଯଦି ଜଣେ ୨୦ବର୍ଷ କାର୍ୟ୍ୟକାଳ ସଂପୂର୍ଣ୍ଣ କରିଥିବେ ତେବେ ତାଙ୍କୁ ସ୍ବେଚ୍ଛାକୃତ ଅବସର ପାଇଁ ମନା କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ପାର୍ଥନା କରାଯାଇଥିଲା ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ