ଆଜି ଗୁଜରାଟ ଟାଇଟାନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ଟକ୍କର

ନୂଆଦିଲ୍ଲୀ: ଆଇପିଏଲରେ ଆଜି ଗୁଜରାଟ ଟାଇଟାନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ଅଷ୍ଟମ ମ୍ୟାଚ ଖେଳିବେ। ଗୁଜରାଟ ଅପେକ୍ଷା କଲକାତା ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ। ଗୁଜରାଟ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳ ବ୍ୟାଟିଂ କ୍ଷେତ୍ରରେ ବେଶ ଶକ୍ତିଶାଳୀ ରହିଛି। ଶେଷ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ୍‌କୁ ୭ ୱିକେଟରେ ପରାସ୍ତ କରିଥିଲା। ଜୋଶ ବଟ୍‌ଲର ଅପରାଜିତ ୯୭ରନର ଇନିଂସ ଖେଳି ଫର୍ମକୁ ଫେରିଛନ୍ତି। ସାଇ ସୁଦର୍ଶନ ନିୟମିତ ରନ କରୁଥିବାବେଳେ ସେର୍ଫାନେ ରଦରଫୋର୍ଡ ମଧ୍ୟ ଦିଲ୍ଲୀ ବିପକ୍ଷରେ ଦାୟିତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ। ଦ୍ରୁତ ବୋଲିଂ ବିଭାଗକୁ ଦେଖିବାକୁ ଗଲେ ମହମ୍ମଦ ସିରାଜ ୧୧ଟି ଓ ପ୍ରସିଦ୍ଧ କୃଷ୍ଣ ୧୪ଟି ୱିକେଟ ନେଇଛନ୍ତି। ପ୍ରସିଦ୍ଧ ଦିଲ୍ଲୀ ବିପକ୍ଷରେ ୪ଟି ୱିକେଟ ନେଇଥିଲେ। ଏହାଛଡ଼ା ଇଶାନ୍ତ ଶର୍ମା, ଅର୍ଶଦ ଖାନ, ସାଇ କିଶୋର ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ସ୍ପିନର ସାଇ କିଶୋର ମଧ୍ୟ ୧୧ଟି ୱିକେଟ ନେଇଛନ୍ତି। ରସିଦ ଖାନ ଫର୍ମକୁ ନଫେରିବା ଦଳକୁ ଚିନ୍ତାରେ ପକାଇଛି। ଉଭୟ କ୍ଷେତ୍ରରେ ଦଳ ସ୍ଥିର ପ୍ରଦର୍ଶନ କରୁଥିବାରୁ କଲକାତା ବିପକ୍ଷରେ ବିଜୟ ନେଇ ଦୃଢ ଆଶାବାଦୀ ରହିଛି। କଲକାତା ନାଇଟ୍‌ ରାଇଡର୍ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦ୍ବିତୀୟ ରାଉଣ୍ଡ ମ୍ୟାଚ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ। ଶେଷ ମ୍ୟାଚରେ ଦଳ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୧୬ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଫଳତା ଭୋଗିବା ସହ ଦଳ ମାତ୍ର ୧୧୨ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇଥିଲା। ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରିସ ରଘୁବଂଶୀ, ରିଙ୍କୁ ସିଂହ, ଆ​‌େନ୍ଦ୍ର ରସେଲ, ଭେଙ୍କଟେଶ ଆୟର, ରମଣଦୀପ୍‌ ସିଂହ, ସୁନୀଲ ନାରାୟଣ ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଯାହା ଦଳକୁ ଚିନ୍ତାରେ ପକାଇଛି। ବିଜୟ ଧାରାକୁ ଫେରିବାକୁ ହେଲେ ଦଳକୁ ବ୍ୟାଟିଂ ବିଭାଗ ସୁଧାରିବାକୁ ପଡ଼ିବ। ବୋଲିଂରେ ବୈଭବ ଆରୋରା, ହର୍ଷିତ ରାଣା ,ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣ ଦାୟିତ୍ବକୁ ସଠିକ ଭାବେ ତୁଲାଉଛନ୍ତି। ବରୁଣ ଓ ହର୍ଷିତ ୧୦ଟି ଲେଖାଏଁ ୱିକେଟ ନେଇଛନ୍ତି। ଶେଷ ୩ଟିଯାକ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ଗୁଜରାଟ ଟାଇଟାନ୍‌ସ ନିକଟରୁ ପରାଜିତ ହୋଇଛି। ଚଳିତ ଆଇପିଏଲରେ ମଧ୍ୟ କଲକାତା ବିପକ୍ଷରେ ଗୁଜରାଟ ଆଗରେ ରହିଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ