ନବ ଦାସ ହତ୍ୟା, ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଝାରସୁଗୁଡା ପରେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍‌। କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍‌ । ଅଭିଯୁକ୍ତ ଗୋପାଳ ଦାସର ବଡଭାଇ,ପୁଅ ଓ ପୁତୁରାକୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ । ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ବ୍ରହ୍ମପୁର ଟାଉନଥାନାକୁ ଡାକି ଜେରା କରିବା ସହ ବୟାନ ରେକର୍ଡ କରାଯାଇଛି । ସତ୍ୟନାରାୟଣ ଝାରସୁଗୁଡାରେ ହୋଟେଲ କରିଥିଲେ ମଧ୍ୟ ନବ ଦାସ ମର୍ଡର ପୂର୍ବରୁ ହୋଟେଲ ବନ୍ଦ କରି ଝାରସୁଗୁଡା ଛାଡି ଦେଇଥିଲେ । ତେଣୁ ସତ୍ୟନାରାୟଣ ମର୍ଡର ବାବଦରେ ପୂର୍ବରୁ ଖବର ପାଇଥିବା ସନ୍ଦେହ କରାଯାଉଛି । ସେଥିପାଇଁ ତାକୁ ଗୋଡେଇ ତୋଡେଇ ପଚରାଉଚରା କରାଯାଉଛି । ସେହିପରି ଗୋପାଳର ପୁତୁରା ପ୍ରଦୀପ ଦାସ ଓ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଗୋପାଳ ପତ୍ନୀର ବୟାନ ରେକର୍ଡ ହୋଇଥିଲେ ମଧ୍ୟ ପୁଣି ଆଉ ଥରେ ପଚରାଉଚରା କରି ବୟାନ ରେକର୍ଡ କରାଯିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।
ସେପଟେ ଅଭିଯୁକ୍ତ ଗୋପାଳର ମୋବାଇଲ ପୁଣି ଥରେ ଯାଞ୍ଚ ହୋଇଛି । ମର୍ଡରର ୬ ମାସ ପୂର୍ବର କଲ୍‌ ଡିଟେଲ ସଂଗ୍ରହ କରାଯାଇଛି । ଏହି ସମୟ ମଧ୍ୟରେ ଗୋପାଳ ସହ କଥା ହୋଇଥିବା କିଛି ବ୍ୟକ୍ତିଙ୍କ ନମ୍ବର ସନ୍ଦେହ ଘେରକୁ ଆସିଛି । ଏହି ମାମଲାରେ ପୂର୍ବରୁ ମଧ୍ୟ ଗୋପାଳଙ୍କ ଭାଇ,ପୁତୁରା,ପୁଅ ଓ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଥିଲା । ତେବେ ହତ୍ୟାକାଣ୍ଡ ପଛରେ ଲୁଚି ରହିଥିବା ଅନେକ ପ୍ରଶ୍ନ ସେତେବେଳେ ଅଣଦେଖା କରାଯାଇଥିବା ଆଶଙ୍କା ହୋଇଥିଲା । ସେଥିପାଇଁ ତଦନ୍ତକାରୀ ଟିମ୍‌ ଏବେ ପୁଣି ବିଭିନ୍ନ ଦିଗକୁ ନେଇ ଆରମ୍ଭ କରିଦେଇଛନ୍ତି ଛାନ୍‌ଭିନ୍‌ । ୨ ଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ।

ମାର୍ଚ୍ଚ ୧୯ରେ ନବ ଦାସଙ୍କ ପୁରା ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିଥିଲେ । ଲୋକସେବା ଭବନରେ ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦିପାଳି ଓ ପୁଅ ବିଶାଳ ଦାସ ପ୍ରାୟ ଦେଢ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରକୃତ ଦୋଷୀକୁ ଧରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯିବ ବୋଲି ଭରସା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ