ମେ’ ପହିଲା ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ମେ’ ୧ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ଝଟାକା ପବନ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବ । ସାରା ରାଜ୍ୟରେ କୁଆପଥର ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୁଖ୍ୟତଃ ଅପରାହ୍ନ ପରେ ପରେ କୁଆପଥର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ମାତ୍ରା ଅଧିକ ରହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୩-୫ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବ ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କୁଆପଥର, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିବ । ଯାହାକୁ ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଭିତରେ ରଖାଯାଇଛି । ଏସବୁ ଜିଲ୍ଲାରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୪୦ରୁ ୫୦ କିମି ରହିବ ।ଆସନ୍ତାକାଲି ବର୍ଷା ଆହୁରି ବଢ଼ିବ । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଜିଲ୍ଲା ଗୁଡ଼ିକ ହେଉଛି ମୟୂରଭଞ୍ଜ, କୋନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଗଜପତି । ଏସବୁ ଜିଲ୍ଲାରେ କୁଆପଥର ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୫୦ରୁ ୬୦ କିମି ରହିବ । ସେପଟେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନଳ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୪୦ରୁ ୫୦ କିମି ରହିବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର

    ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ । ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର । ମେସିନ ନ ଲଗାଇ ଶ୍ରମିକ ମାନଙ୍କୁ ନିଯୁକ୍ତି କରି କାମ କରନ୍ତୁ । ଏଥିପାଇଁ ଆଗାମୀ ଦିନରେ…

    ଫିଲ୍ଡ ଭିଜିଟ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

    ଭୁବନେଶ୍ବର : ଫିଲ୍ଡ ଭିଜିଟ୍‌ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ଵ । ଫିଲ୍ଡ ଭିଜିଟ୍‌ ନକଲେ ଯୋଜନା ବାଟବଣା ହେଉଛି । ଭୂତ ହିତାଧିକାରୀ ବହାରୁଛନ୍ତି । ତେଣୁ ଫିଲ୍ଡ ଭିଜିଟ୍‌ କରି ପ୍ରକୃତ ହିତାଧିକାରୀ ଚିହ୍ନଟ କରିବାକୁ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର

    ଫିଲ୍ଡ ଭିଜିଟ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

    ଫିଲ୍ଡ ଭିଜିଟ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

    କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ ପାଠ

    କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ ପାଠ

    ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି: ମନ୍ତ୍ରୀ

    ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି: ମନ୍ତ୍ରୀ

    କଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡ଼ିଶାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

    କଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡ଼ିଶାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

    ଏଥର ପାକିସ୍ତାନ ସହିତ କେବଳ ପିଓକେ ଉପରେ ଆଲୋଚନା ହେବ

    ଏଥର ପାକିସ୍ତାନ ସହିତ କେବଳ ପିଓକେ ଉପରେ ଆଲୋଚନା ହେବ