
ଭୁବନେଶ୍ୱର: କିଟ୍ରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି, ପୁଲିସ ଯାହା କରିବା କଥା କରୁଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଏହି ଘଟଣାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଏଭଳି ଘଟଣା ଶୁଭଙ୍କର ନୁହେଁ । ଆତ୍ମହତ୍ୟା ଆଡକୁ ଯାଉଛନ୍ତି ଯୁବପୀଢି, ଯାହା କି ଚିନ୍ତାର ବିଷୟ ହୋଇଛି । କିଟ୍ ଘଟଣାକୁ ନେଇ ରାଜ୍ୟ ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏଭଳି ଘଟଣା ଶୁଭଙ୍କର ନୁହେଁ। କିଟ୍ ଘଟଣାକୁ ନେଇ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ଯୁବପିଢ଼ି ଆତ୍ମହତ୍ୟା ଆଡ଼କୁ ଯାଉଛନ୍ତି। ଯାହାକି ଏବେ ଚିନ୍ତାର ବିଷୟ। କିଟ୍ରେ ପଢ଼ୁଥିବା ପିଲାଙ୍କ ଉପରେ କଣ ଚାପ ରହୁଛି ତାହା ଜାଣିବା ପାଇଁ ଚେଷ୍ଟା କରିବୁ। ଘଟଣାର କାରଣ ଖୋଜି ବାହାର କରାଯିବ। ସେହିପରି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ପୋଲିସ ବିଭାଗ ଯାହା କରିବା କଥା କରିଛି, ତଦନ୍ତ ଆରମ୍ଭ ହୋଇଛି। ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ହିଁ କାର୍ୟ୍ୟନୁଷ୍ଠାନ ନେଇ ସରକାର ବିଚାର କରିବେ।
ସୂଚନା ଅନୁସାରେ କିଟ୍ ବିଶ୍ୱବିଦ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳର ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ସୋସିଆଲ ମିଡିଆଲ ଏକ୍ସରେ ପୋଷ୍ଟ କରିଛନ୍ତି ।








