ଶ୍ରୀକ୍ଷେତ୍ର ଛଡ଼ା ଆଉ କେଉଁଠି ହୋଇପାରିବନି ବ୍ରହ୍ମ ପ୍ରତିଷ୍ଠା

ଭୁବନେଶ୍ଵର, : ଦୀଘା ଦିଅଁକୁ ନେଇ ବଢିଲା ବିବାଦ। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ପ୍ରେସମିଟ୍। କହିଲେ ବିଶ୍ବର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ବର ଠାକୁର। ଗତ ୩୦ ତାରିଖରେ ପଶ୍ଚିମବଙ୍ଗ ଦୀଘା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି। କିନ୍ତୁ ସେଠାରେ ପଥର ମୂର୍ତ୍ତି ସ୍ଥାପିତ କରାଯାଇଥିବା ବେଳେ ଏହାକୁ ମୁଁ ବିରୋଧ କରିଥିଲି। ଏଣୁ ପୁରୀରୁ ନିମ୍ବ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହି ମୂର୍ତ୍ତିକୁ ଆମେ ଦୀଘା ଜଗନ୍ନାଥ ମନ୍ଦିରରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ।

ସେହିପରି ଜଗନ୍ନାଥ ଧାମ ହେଉଛି ଗୋଟିଏ ଧାମ ଯାହାକି ଶ୍ରୀକ୍ଷେତ୍ର ଧାମକୁ ହିଁ ବୁଝାଏ। ପ୍ରତିଟି ଜଗନ୍ନାଥ ପ୍ରେମୀ ଜଗନ୍ନାଥ ଧାମ କହିଲେ ଶ୍ରୀକ୍ଷେତ୍ରକୁ ହିଁ ଜାଣନ୍ତି। ଏଣୁ ଦୀଘା ଠାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍ ନୁହେଁ। ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏନେଇ ମୁଁ ଅବଗତ କରାଇବି ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ରାମକୃଷ୍ଣ। ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଜଗନ୍ନାଥ ଧାମ ନାମ ଲେଖାକୁ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଅନ୍ତୁ।

ତେବେ ବ୍ରହ୍ମ ସ୍ଥାପନ କଥା ମୁଁ ଆଦୌ କହିନାହିଁ ବୋଲି ରାମକୃଷ୍ଣ ଦାସମହାପାତ୍ର ସ୍ପଷ୍ଟ କରିଛନ୍ତି। କୌଣସି ଗଣମାଧ୍ୟମରେ ଏନେଇ ମୁଁ ପ୍ରତିକ୍ରିୟା ରଖି ନାହିଁ। ସମ୍ପୂର୍ଣ୍ଣ ଭୁଲ୍ ଖବର ପ୍ରସାରଣ କରାଯାଇଛି। କାରଣ ବ୍ରହ୍ମ ହେଉଛି ଏକ ଆଉ ସବୁ ନାସ୍ତି। ଏଣୁ ବ୍ରହ୍ମ ବିଷୟରେ ଆଲୋଚନା କରିବା ହେଉଛି ମହାପାପ। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଯଦି ମହାପ୍ରଭୁଙ୍କୁ ନେଇ କିଏ ରାଜନୀତି କରିବ ତେବେ ତା’କୁ ମହାପ୍ରଭୁ କେବେ ହେଲେ କ୍ଷମା ଦେବେ ନାହିଁ। ଦୀଘା ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବ୍ରାହ୍ମଣ ପୂଜାର୍ଚ୍ଚନା କରୁଛନ୍ତି। ଅଦିନିଆ ରଥଯାତ୍ରାକୁ କେବେ ବି ପ୍ରସୟ ଦିଆଯିବ ନାହିଁ ବୋଲି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ