
ପୁରୀ: ଦୀଘା ଜଗନ୍ନାଥ ଧାମ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । କହିଲେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥଧାମ କୁହାଯାଇପାରିବନି । ଦୀଘା ମନ୍ଦିର ପ୍ରତିଷ୍ଠା ପାଇଁ ତାଙ୍କୁ ମଧ୍ୟ ହୋଇଥିଲା ନିମନ୍ତ୍ରଣ କିନ୍ତୁ ଯିବାକୁ ଇଚ୍ଛା ପ୍ରକାଶ କରି ନଥିବା କହିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେହିପରି ଶ୍ରୀଜିଉଙ୍କ ଦାରୁ କାଠ କେବଳ ଛୋଟ ଛୋଟ ଖଣ୍ଡ ଆକାରରେ ବଳେ । ତାକୁ ନେଇ ମୂର୍ତ୍ତି କରିବା ସମ୍ଭବ ନୁହେଁ ବୋଲି ସେ ମତ ରଖିଛନ୍ତି । ତେବେ ଆଜି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଏହି ବୈଠକରେ ସେ ଯୋଗଦେବେ । ଦୀଘା ଜଗନ୍ନାଥ ବିବାଦ ଓ ଦାରୁ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ।
ସୂଚନାଯୋଗ୍ୟ ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ବି ନୋଟିସ୍ ଜାରି ହୋଇଛି ।








