ଦିଲ୍ଲୀରେ ଶକ୍ତିମନ୍ତ୍ରୀ ସମ୍ମିଳନୀ : ୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍ ଶକ୍ତି ଉତ୍ପାଦନ: କେଭି

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନୂଆଦିଲ୍ଲୀରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଓଡିଶାର ଶକ୍ତି କ୍ଷେତ୍ରକୁ ସୁଦୃଢ କରିବାକୁ ଥିବା ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ ।

ବିଦୁ୍ୟତ ବିତରଣରେ ପିପିପି ମଡେଲଗୁଡିକର ସଫଳ ରୂପାୟନ ରାଜ୍ୟର ଚାରୋଟି ବିଦୁ୍ୟତ ବିତରଣ କମ୍ପାନୀଙ୍କ କାର୍ଯ୍ୟ ଦକ୍ଷତା ଓ ଆର୍ଥିକ କ୍ଷମତାକୁ ସୁଦୃଢ କରିଛି । ଶକ୍ତି ମନ୍ତ୍ରାଳୟର ମୂଲ୍ୟାୟନ ଅନୁଯାୟୀ ଶ୍ରେଷ୍ଠ ୧୦ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଟିପିସିଓଡିଏଲ, ଟିପୀଡବ୍ଳୁ୍ୟଓଡିଏଲ, ଟିପିଏନଓଡିଏଲ ସ୍ଥାନ ପାଇଛନ୍ତି । ପୁନରୁଦ୍ଧାର ବିତରଣ କ୍ଷେତ୍ର ଯୋଜନା (ଆରଡିଏସଏସ) ଅନ୍ତର୍ଗତ ୩୦୬୯ କୋଟି ଟଙ୍କାର ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦୁ୍ୟତ ଭିତ୍ତିଭୂମି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୀକ୍ଷା କରାଯାଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

ସେହିପରି ଓଡିଶା ୮୮୫୬ ମେଗାୱାଟ୍ ବିଦୁ୍ୟତ ଉତ୍ପାଦନ କରି ନାଗରିକଙ୍କ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିଛି ଏବଂ ୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍ ଶକ୍ତି ଯୋଡିବାକୁ ଲକ୍ଷ୍ୟ ରଖିଛି । ସେଥିମଧ୍ୟରୁ ଅଧାରୁ ଅଧିକ ଅକ୍ଷୟ ଶକ୍ତିର ଉସôରୁ ପ୍ରସ୍ତୁତ ହେବ । ୨୦୩୦ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୧୦ ହଜାର ମେଗାୱାଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଶକ୍ତି ସରଂକ୍ଷଣକୁ ପ୍ରାଥମିକତା ଦେଇ ଓଡିଶା ୧୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ପିଏସପି ପ୍ଳାଣ୍ଟ ପାଇଁ ଯୋଜନା କରୁଛି । ରିନେବୁଲ ଏନର୍ଜି ପ୍ରକଳ୍ପଗୁଡିକୁ ଜାତୀୟ ଗ୍ରୀଡ୍ ସହିତ ସଂଯୋଗ କରିବା ପାଇଁ ଗ୍ରୀନ ଏନର୍ଜି କରିଡରର ତୃତୀୟ ସୋପାନରେ କେନ୍ଦ୍ରୀୟ ସହାୟତା ପାଇଁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ