bjd target bjp over mmdr ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି:ବିଜେଡି

ଭୁବନେଶ୍ୱର,: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ସଂସଦରେ ପାରିତ ହେବା ଦ୍ୱାରା ଓଡ଼ିଶାର ବ୍ୟାପକ କ୍ଷତି ହେବ । ତେବେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ ଏ ବାବଦରେ ସଂସଦରେ ମୁଁହ ଖୋଲିଲେ ନାହିଁ । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ଘଡେଇ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ଘଡ଼େଇ କହିଛନ୍ତି ଯେ, ଉକ୍ତ ଆକ୍ଟକୁ ବିଜେପି ସରକାର ବିନା ଆଲୋଚନାରେ ସଂସଦରେ ପାରିତ କରାଇଛନ୍ତି । ଏହା ଦ୍ୱାରା ଓଡ଼ିଶା ବ୍ୟାପକ କ୍ଷତି ସହିବ । ରାଜ୍ୟର ସମସ୍ତ ଖଣି ଗୁଡିକର ରାଜସ୍ୱ କେନ୍ଦ୍ର ସରକାରଙ୍କ ଅଧିନକୁ ଚାଲିଯିବ । ଖଣିଜ ସମ୍ପଦରେ ଭରା ଓଡ଼ିଶାର ଖଣି ରାଜସ୍ୱ କେନ୍ଦ୍ର ସରକାରଙ୍କୁ ଟେକି ଦିଆଯାଇଛି । କିନ୍ତୁ ଏ ବାବଦରେ ବିଜେପି ସାଂସଦ ମାନେ ସଂସଦରେ ମୁଁହ ଖୋଲିଲେ ନାହିଁ । ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସଂସଦରେ ଚୁପ ରହିଲେ । ସଂସଦରେ ଆକ୍ଟ ବାବଦରେ ମୁଁହ ଖୋଲି ପ୍ରଶ୍ନ ମଧ୍ୟ କରିଲେ ନାହିଁ । ରାଜ୍ୟ ସ୍ୱାର୍ଥ ବିରୋଧରେ ଭୋଟ ଦେଇ ରାଜ୍ୟର ବ୍ୟାପକ କ୍ଷତି ହେବାକୁ ସମର୍ଥନ ଜଣାଇଛନ୍ତି । ଯାହାକୁ ଓଡ଼ିଶା ବାସୀ କେବେ ଭୁଲି ପାରିବେ ନାହିଁ । ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି । ବ୍ୟବସାୟୀ ମାନଙ୍କ ହିତକୁ ପ୍ରାଧାନ୍ୟ ଦେବାକୁ ବିଜେପି ଦଳ ଓଡ଼ିଶାକୁ ଲୁଣ୍ଠନ କରିବା ଯୋଜନା କରିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବାଦ୍ ଦେଇ ଖଣି ମାଲିକଙ୍କ ସୁବିଧା ପାଇଁ ଏମଏମଡିଆର ଆକ୍ଟକୁ ସଂଶୋଧନ କରିଛନ୍ତି । ଏହିପରି କାର୍ଯ୍ୟକଳାପକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ବିଧାନିକ ଅଧିକାର ରହିଛି । ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ । ଏହି ବିଚାରରେ, ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକ ମାନଙ୍କ ଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିଲେ । ସେହି ଅନୁସାରେ, ଓଡିଶା କେବଳ ବକେୟା ଆକାରରେ ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିପାରିବ ବୋଲି ଆକଳନ ହୋଇଥିଲା । ଏହାଛଡା ପ୍ରତିବର୍ଷ ଖଣି ରାଜସ୍ୱ ଅଧିକ ୧୨,୦୦୦ କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ ହୋଇଥିଲା । କିନ୍ତୁ ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ । ଦୁଃଖ ଓ ପରିତାପର ବିଷୟ ଯେ, ଓଡ଼ିଶାରୁ ନିର୍ବାଚିତ ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ, ଓଡିଶା ବିରୋଧୀ ଆକ୍ଟକୁ ହାତ ଟେକି ସମର୍ଥନ କରିଥିଲେ । ବିଜେପି ଦଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଭଳି କଥା ନକହି ଯଦି ସତ୍ସାହସ ଅଛି ତେବେ ଖୋଲା ମଞ୍ଚରେ ବିତର୍କ କରିବା ପାଇଁ ବିଜେଡି ପକ୍ଷରୁ ଆହ୍ୱାନ କରିଛନ୍ତି । ଖଣିର ରାଜସ୍ୱ ଅର୍ଥ ଦ୍ୱାରା ଓଡ଼ିଶାର ଅନେକ ହିତ୍ ସାଧନ ହୋଇପାରିଥାନ୍ତା । କିନ୍ତୁ ବିଜେପି ଦଳ ପାଇଁ ଓଡ଼ିଶା କ୍ଷତି ସହିବ । ସୁପ୍ରିମକୋର୍ଟ ରାଜ୍ୟର ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ କରିବା ନେଇ ଯେଉଁ ଅଧିକାର ଦେଇଥିଲେ ତାହାକୁ ଉକ୍ତ ଆକ୍ଟ ଜରିଆରେ ବିଜେପି ଛଡ଼ାଇ ନେଲା । ରାଜ୍ୟର ବିକାଶ ପାଇଁ ଖଣି କ୍ଷେତ୍ରରୁ ଆଦାୟ ରାଜସ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜେପି ସରକାର ଏମ୍ଏମଡିଆର ଆକ୍ଟ ଆଣିବା ପରେ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି କ୍ଷେତ୍ରରୁ ଟିକସ୍ ଆଦାୟ କ୍ଷମତା କେନ୍ଦ୍ର ହାତକୁ ଟେକି ଦେଇଛି । ଯାହା ଦ୍ୱାରା ଓଡ଼ିଶାର ଆଗାମୀ ଭବିଷ୍ୟତର ପିଢ଼ି ସୁରକ୍ଷିତ କରିବାକୁ ବିଜେପି ସରକାର ଅବରୋଧ କରିଛନ୍ତି । ଆଗାମୀ ଦିନରେ ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଦୃଢ ପ୍ରତିବାଦ କରାଯିବ ।
ସେହିପରି ଶ୍ରୀ ରାୟ କହିଛନ୍ତି ଯେ, ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଯୋଗୁଁ ଓଡ଼ିଶାର ଅନେକ କ୍ଷତି ହେବ । ଯାହାକୁ ନେଇ ରାଜ୍ୟସାରା ସମସ୍ତ ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରତ୍ନଗର୍ଭା ଓଡ଼ିଶା ଖଣିଜ ସମ୍ପଦର ଲୁଟିବା ପାଇଁ ବିଜେପି ପକ୍ଷରୁ ଏକ ଷଡ଼ଯନ୍ତ୍ର କରାଯାଇଛି । ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତ ବିଜେପି ସାଂସଦ ଓ ନେତୃତ୍ୱଗଣ ଦାୟୀ । କେନ୍ଦୁଝର ଭଳି ଖଣିଜ ସମ୍ପଦ ଭରା ଜିଲ୍ଲାରୁ ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । କେବଳ ଓଡ଼ିଶାର ଖଣିଜ ସମ୍ପଦ ଲୁଟିବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବୋଲି ବର୍ତ୍ତମାନ ଜଣାପଡୁଛି । ଝାଡଖଣ୍ଡ ରାଜ୍ୟ ତାହାର ବକେୟା ରାଜସ୍ୱ ଆଦାୟ କରିପାରିଥିବା ବେଳେ ଓଡ଼ିଶା ୧ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆଦାୟ କରି ପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଉକ୍ତ ଅର୍ଥ ରାଜ୍ୟର ଉନ୍ନତି ପାଇଁ ବିନିଯୋଗ ହୋଇପାରିଥାନ୍ତା କିନ୍ତୁ ତାହା ନହୋଇ ରାଜ୍ୟବାସୀଙ୍କ କ୍ଷତି ହୋଇଛି ।
ବିଜେଡି ଶାସନ ସମୟରେ ସମୃଦ୍ଧଶାଳୀ ଓଡ଼ିଶାକୁ ଗରିବୀ ଆଡ଼କୁ ନେବାକୁ ବିଜେପି ସରକାର ଯୋଜନା କରିଛି । ଖଣିରୁ ସେସ୍ ଓ ଟିକସ ଆଦାୟ ଓଡିଶା ସ୍ୱାର୍ଥ ଦୃଷ୍ଟିରୁ ନିତ୍ୟାନ୍ତ ଜରୁରୀ ଓ ବକେୟା ଖଣି ରାଜସ୍ୱ ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ । ଯାହାକୁ ନେଇ ସଂସଦରେ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ ଆଲୋଚନା କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ବିଜେପି ନିଜର ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ତାହା କରୁନାହିଁ । ପୁଞ୍ଜିପତି ବ୍ୟବସାୟୀ ମାନଙ୍କ ହିତ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ତାଙ୍କ ପାଖରୁ ଛଡ଼ାଇ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ସହ ଆଲୋଚନା ନକରି କିପରି ଉକ୍ତ ଆକ୍ଟକୁ ପାରିତ କରିଲେ ବୋଲି ପ୍ରଶ୍ନ କରିଛନ୍ତି । ଯାହାକି ଭାରତ ବର୍ଷର ବିଧି ବ୍ୟବସ୍ଥା ସମ୍ୱିଧାନକୁ ନଷ୍ଟ କରୁଛି । ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ସରକାର କରିଥିବା ବେଳେ ଓଡ଼ିଶାର ସ୍ୱାର୍ଥକୁ ସେମାନେ ଭୁଲି ଯାଇଛନ୍ତି । କେବଳ ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆର୍ଥିକ ପରିଚାଳନାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରମ୍ବାର ପ୍ରଶଂସା କରିଛି । ନିତି ଆୟୋଗ ଆଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ପ୍ରଶଂସା କରୁଥିବା ବେଳେ ରାଜ୍ୟ ସରକାର ଅସହିଷ୍ଣୁ ମନୋଭାବ ପୋଷଣ କରୁଛନ୍ତି । ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ଆଗାମୀ ଦିନରେ ବିଜେଡି ଆନେ୍ଦାଳନ କରିବ ବୋଲି ଶ୍ରୀ ରାୟ କହିଛନ୍ତି ।

  • Related Posts

    ବିଜୁ ଜନତା ଦଳର ଏସସି ସେଲ୍ ପୁନର୍ଗଠିତ

    ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି (SC) ସେଲ୍କୁ ନୂତନ ଭାବେ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର…

    Continue reading
    bjd target bjp ମନ୍ତ୍ରୀଙ୍କ ଛତ୍ରଛାୟାରେ ଗଂଜାମରେ ବୃଦ୍ଧି ପାଉଛି ଗୁଣ୍ଡାରାଜ: ବିଜେଡି

    ଭୁବନେଶ୍ୱର: ଶିଶୁ ଶ୍ରମିକ ଉଦ୍ଧାର ଘଟଣାରେ ପୋଲିସ ଉପରେ ଆକ୍ରମଣ କରି ବିଜେପି ଯୁବମୋର୍ଚ୍ଚା ସଭାପତି ବି.ସୋମନାଥ ପାତ୍ର ଗିରଫ ହୋଇଛନ୍ତି । ମନ୍ତ୍ରୀ ବିଭୂତି ଜେନାଙ୍କ ଛତ୍ରଛାୟାରେ ଗୁଣ୍ଡାଗର୍ଦ୍ଦି ଓ ଅସାମାଜିକ କାର୍ଯ୍ୟ ଜିଲ୍ଲାରେ ବୃଦ୍ଧି ପାଉଥିଲା ବେଳେ କାହିଁକି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ