ମହିଳାଙ୍କ ସୁରକ୍ଷା: ଦୋଷୀଙ୍କୁ ନପୁଂସକ କରିବାକୁ ସୁପ୍ରିମକୋର୍ଟରେ ଯୁକ୍ତି

ଦେଶରେ ମହିଳା, ଛୋଟ ପିଲା ଓ ତୃତୀୟ ଲିଙ୍ଗଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ଗାଇଡଲାଇନ ଆଣିବାକୁ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟର ମହିଳା ଓକିଲ ଆସୋସିଏସନ ପକ୍ଷରୁ ହୋଇଥିବା ଏପରି ଆବେଦନର ଶୁଣାଣି ବେଳେ ରାସାୟନିକ ପ୍ରକ୍ରିୟାରେ ପୁରୁଷଙ୍କୁ ନପୁଂସକ କରିବାକୁ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଛି।

ତେବେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ ଆଣିବା ଦାବିରେ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି। ଏଥିସହ ଏହାର ଶୁଣାଣି ଜାନୁଆରୀ ମାସରେ ହେବ ବୋଲି କହିଛନ୍ତି।

୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡର ୧୨ ବର୍ଷ ପୂର୍ତ୍ତି ଅବସରରେ ସୁପ୍ରିମକୋର୍ଟର ମହିଳା ଓକିଲ ଆସୋସିଏସନ ପକ୍ଷରୁ ଏପରି ଆବେଦନ କରାଯାଇଥିଲା। ଉକ୍ତ ଘଟଣା ସହ ନିକଟରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ବିଭିନ୍ନ ସ୍ଥାନରେ ଘଟୁଥିବା ଯୌନ ଉତ୍ପୀଡ଼ନ କଥା ମଧ୍ୟ ଆବେଦନର ଦର୍ଶାଯାଇଛି। ଶୁଣାଣି ବେଳେ ଆଇନଜୀବୀ ମହାଲକ୍ଷ୍ମୀ ପାୱାନି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ମହିଳା ବିରୋଧୀ ଅପରାଧ ଯାହା ରେକର୍ଡ ହେଉଛି, ସେସବୁ ସେତିକିରେ ସୀମିତ ନୁହେଁ। ଅନେକ ଭୟଙ୍କର ଯୌନ ଉତ୍ପୀଡ଼ନ ମାମଲାର ରିପୋର୍ଟ ମଧ୍ୟ ହେଉନାହିଁ।

ଅଗଷ୍ଟ ମାସରେ ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଆହୁରି ୯୫ଟି ଯୌନ ହିଂସା ମାମଲା ଘଟିଛି। କିନ୍ତୁ ଏହାକୁ ଅତି ମାତ୍ରାରେ ରିପୋର୍ଟ କରାଯାଇ ନାହିଁ।

ସେକ୍ସ ଅପରାଧକୁ ରୋକିବା ପାଇଁ ସେ ଏହି ସମୟରେ ଗୋଟିଏ ବିବାଦୀୟ ପ୍ରସ୍ତାବ ଦେଇଥିଲେ। ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କ ଲିଙ୍ଗକୁ ରାସାୟନିକ ପ୍ରକ୍ରିୟା ଦ୍ୱାରା ନଷ୍ଟ ବା ଚ୍ଛେଦନ କରିବାକୁ ଅର୍ଥାତ ସେମାନଙ୍କୁ ନପୁଂସକ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏପରି ଦଣ୍ଡବିଧାନ ବ୍ୟବସ୍ଥା ଅନ୍ୟ କିଛି ଦେଶରେ ମଧ୍ୟ ରହିଥିବା ମହାଲକ୍ଷ୍ମୀ ଖଣ୍ଡପୀଠଙ୍କୁ ଜଣାଇଥିଲେ।

ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏପରି ଦଣ୍ଡବିଧାନ ବ୍ୟବସ୍ଥା ଅତ୍ୟନ୍ତ ବର୍ବର ଓ ନିଷ୍ଠୁର ବୋଲି ଖଣ୍ଡପୀଠ କହିଛନ୍ତି। କିନ୍ତୁ ଏୟାରଲାଇନ୍ସ ସମେତ ସାଧାରଣ ପରିବହନ ବ୍ୟବସ୍ଥାରେ ମହିଳା ଓ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ଆସିଥିବା କିଛି ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ଖଣ୍ଡପୀଠ ମତ ରଖିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ସାଧାରଣ ପରିବହନ ବ୍ୟବସ୍ଥାଗୁଡ଼ିକରେ ଉପଯୁକ୍ତ ସାମାଜିକ ବ୍ୟବହାର ଶିଖାଇବା ସହ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାର ଆବଶ୍ୟକତା ରହିଛି। କିଛି ଅପ୍ରୀତିକର ଘଟଣା ଏୟାରଲାଇନ୍ସରେ ମଧ୍ୟ ଘଟିବାର ନଜିର ରହିଛି। ଏଗୁଡ଼ିକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ହୋଇଛି।

ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହାର କାର୍ଯ୍ୟକାରୀତା ଠିକ ଭାବେ ନ ହୋଇପାରିବା ଗୋଟିଏ ବଡ଼ ସମସ୍ୟା। ଏଗୁଡ଼ିକ ଲାଗୁ ନ ହୋଇପାରିବାର କାରଣ କ’ଣ ସେକଥା କୋର୍ଟ ଜାଣିବାରକୁ ଚାହୁଁଛନ୍ତି। ଏଥିପାଇଁ ଆଟର୍ଣ୍ଣି ଜେନେରାଲଙ୍କ ମାଧ୍ୟମରେ କୋର୍ଟ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଓ ବିଭାଗକୁ ନୋଟିସ କରୁଛନ୍ତି।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ