cm mohan majhi ଶେଫିନ୍ ଅହମ୍ମଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: କର୍କଟ ଯୁଦ୍ଧରେ ହାରିଗଲେ ୨୦୦୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ । କେରଳମ୍‌ର ଥିରୁଅନନ୍ତପୁରମ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ସୋମବାର) ତାଙ୍କର ପରଲୋକ ଘଟିଛି । ଶେଫିନ୍ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।

ଶେଫିନ୍ ଅହମ୍ମଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କ୍ରାଇମବ୍ରାଞ୍ଚ ଆଇଜି ଶେଫିନ୍ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଓଡ଼ିଶା ଓ ଓଡ଼ିଶା ପୋଲିସ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ସବୁବେଳେ ସ୍ମରଣୀୟ ହୋଇ ରହିବ।” ତାଙ୍କ ପରିବାର, ସହକର୍ମୀ ଓ ପ୍ରିୟଜନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ମଧ୍ୟ ଶେଫିନ୍ ଅହମ୍ମଦଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି, ‘ଶେଫିନ୍ ଅହମ୍ମଦଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ରାଜ୍ୟ ଓ ଓଡ଼ିଶା ପୋଲିସ ପ୍ରତି ତାଙ୍କର ଅବିଚଳ ନିଷ୍ଠା ଓ ବିଶିଷ୍ଟ ସେବା ସର୍ବଦା ସ୍ମରଣୀୟ ରହିବ।’ ତାଙ୍କ ପରିବାର, ସହକର୍ମୀ ଓ ଆତ୍ମୀୟଙ୍କୁ ସେ ହୃଦୟରୁ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ଚିରଶାନ୍ତି କାମନା କରିଛନ୍ତି ।

  • Related Posts

    mao dump ୩ଟି ମାଓ ଡମ୍ପ ଠାବ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

    ମାଲକାନଗିରି: ଛତିଶଗଡ଼ ପୁଲିସକୁ ବଡ଼ ସଫଳତା। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୩ଟି ମାଓ ଡମ୍ପ । ସୁକୁମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ବେଲପେଚା ଜଙ୍ଗଲରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିବା ବେଳେ ଠାବ ହୋଇଛି…

    Continue reading
    temple hundi ମା’ ମଝିଘରିଆଣୀଙ୍କ ହୁଣ୍ଡି ଗଣତି ଆରମ୍ଭ

    ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡିରେ ଜମା ହୋଇଥିବା ଅର୍ଥ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୁଣ୍ଡି ଗଣତି କାର୍ଯ୍ୟ ଚାଲିଛି। ବିଭିନ୍ନ ସାମାଜିକ ସଂଗଠନର ପ୍ରାୟ ୩୦୦ ଜଣ ମହିଳା ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ