ମୋଦୀ ଓ ଶାହଙ୍କ ଗସ୍ତ ବିରୋଧରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବିରୋଧରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶନିବାର ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମଜିଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ହାତରେ କଳା ବେଲୁନ୍‌, ମୁଣ୍ଡରେ କଳା ପଟି ଏବଂ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ୍ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଅଗ୍ରସର ହେଉଥିବା ବେଳେ ପୁଲିସ୍ ଯୁବ କଂଗ୍ରେସ କର୍ମୀମାନଙ୍କୁ ବିକ୍ଷୋଭସ୍ଥଳରୁ ଗିରଫ କରି ଭ୍ୟାନ ଯୋଗେ ଉଠାଇ ନେଇଥିଲା। ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୋଦୀ ଓ ଶାହଙ୍କ ଗସ୍ତ ଓଡ଼ିଶାର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ। ବିଜେପି ଶାସନର ୬ ମାସରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ଏଠାରେ ଡିଜି ଓ ଆଇଜି ସମ୍ମିଳନୀର ମୂଲ୍ୟ କଣ ଅଛି ? ଓଡ଼ିଆ ଅସ୍ମିତା କେବଳ ଶବ୍ଦରେ ସୀମିତ ରହିଛି। ଗତ ଜୁଲାଇ ମାସରେ ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବେଳେ ପୁଲିସ୍ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିନାହିଁ। ଏ ରାଜ୍ୟରେ ଦୁଇଟି ଆଇନ କାମ କରୁଛି, ଗୋଟିଏ ରାଜ୍ୟପାଳ ପୁଅଙ୍କ ପାଇଁ ଏବଂ ଅନ୍ୟଟି ସାଧାରଣ ଜନତାଙ୍କ ପାଇଁ। ଗନ୍ଧମାର୍ଦ୍ଦନ ପର୍ବତକୁ ଅଦାନୀ ହାତରେ ଟେକି ଦେବା ପାଇଁ ଚକ୍ରାନ୍ତ ଚାଲିଛି। ଏ ରାଜ୍ୟର ଖଣି, ଖାଦାନକୁ ଧୀରେ ଧୀରେ ଅଦାନୀ ଅଧିକାର କଲାଣି।

ସୁତରାଂ ବିଜେପି ଶାସନରେ ସମଗ୍ର ଓଡ଼ିଶାର ସମ୍ପଦ ଅଦାନୀ ଅଧୀନକୁ ଚାଲିଯିବ । ଏଣୁ ଠକ ଅଦାନୀମୁକ୍ତ ଓଡ଼ିଶା ପାଇଁ ଯୁବ କଂଗ୍ରେସ ସଂଗ୍ରାମ କରିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହାଛଡ଼ା ୩୦୦ ୟୁନିଟ୍ ମାଗଣା ବିଜୁଳି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଧାର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ନିଯୁକ୍ତି ପ୍ରଭୃତି ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ୬ ମାସ ଶାସନ ପରେ ସେହି ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି। ଆଜି ଓଡ଼ିଶାବାସୀ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ଯୋଗୁ ହନ୍ତସନ୍ତ ହେଉଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ବିକ୍ଷୋଭରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ, ମନୋଜ ବିଶ୍ୱାଳ, ସୁଦୀପ ସାମଲ, ଅଜୟ ସାହୁ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ବିଶ୍ୱଜିତ ସ୍ୱାଇଁ, କେଦାର ଦଳେଇ, ରଣଜିତ ସେନାପତି, ବଳରାମ ନନ୍ଦ, ସୁରଜ ରାଉତ, ବିଭୂପ୍ରସାଦ ଜେନା, କାର୍ଭିକ କାଣ୍ଡି, ଶାହରୁଖ୍ ଖାନ ଓ ସକୁନା କଅଁର ପ୍ରମୁଖ ଶତାଧିକ ଯୁବ କଂଗ୍ରେସ କର୍ମୀ ସାମିଲ ଥିଲେ।

  • Related Posts

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ । ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍ । ଆଗାମୀ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବ୍ରାହ୍ମଣୀ ତଳେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ…

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ। ଗାଁରେ ଥିବା ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ରବିବାର ଜଣେ ୭ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରିଛି…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ