ମୋଦୀ ଓ ଶାହଙ୍କ ଗସ୍ତ ବିରୋଧରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବିରୋଧରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶନିବାର ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମଜିଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ହାତରେ କଳା ବେଲୁନ୍‌, ମୁଣ୍ଡରେ କଳା ପଟି ଏବଂ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ୍ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଅଗ୍ରସର ହେଉଥିବା ବେଳେ ପୁଲିସ୍ ଯୁବ କଂଗ୍ରେସ କର୍ମୀମାନଙ୍କୁ ବିକ୍ଷୋଭସ୍ଥଳରୁ ଗିରଫ କରି ଭ୍ୟାନ ଯୋଗେ ଉଠାଇ ନେଇଥିଲା। ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୋଦୀ ଓ ଶାହଙ୍କ ଗସ୍ତ ଓଡ଼ିଶାର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ। ବିଜେପି ଶାସନର ୬ ମାସରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ଏଠାରେ ଡିଜି ଓ ଆଇଜି ସମ୍ମିଳନୀର ମୂଲ୍ୟ କଣ ଅଛି ? ଓଡ଼ିଆ ଅସ୍ମିତା କେବଳ ଶବ୍ଦରେ ସୀମିତ ରହିଛି। ଗତ ଜୁଲାଇ ମାସରେ ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବେଳେ ପୁଲିସ୍ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିନାହିଁ। ଏ ରାଜ୍ୟରେ ଦୁଇଟି ଆଇନ କାମ କରୁଛି, ଗୋଟିଏ ରାଜ୍ୟପାଳ ପୁଅଙ୍କ ପାଇଁ ଏବଂ ଅନ୍ୟଟି ସାଧାରଣ ଜନତାଙ୍କ ପାଇଁ। ଗନ୍ଧମାର୍ଦ୍ଦନ ପର୍ବତକୁ ଅଦାନୀ ହାତରେ ଟେକି ଦେବା ପାଇଁ ଚକ୍ରାନ୍ତ ଚାଲିଛି। ଏ ରାଜ୍ୟର ଖଣି, ଖାଦାନକୁ ଧୀରେ ଧୀରେ ଅଦାନୀ ଅଧିକାର କଲାଣି।

ସୁତରାଂ ବିଜେପି ଶାସନରେ ସମଗ୍ର ଓଡ଼ିଶାର ସମ୍ପଦ ଅଦାନୀ ଅଧୀନକୁ ଚାଲିଯିବ । ଏଣୁ ଠକ ଅଦାନୀମୁକ୍ତ ଓଡ଼ିଶା ପାଇଁ ଯୁବ କଂଗ୍ରେସ ସଂଗ୍ରାମ କରିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହାଛଡ଼ା ୩୦୦ ୟୁନିଟ୍ ମାଗଣା ବିଜୁଳି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଧାର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ନିଯୁକ୍ତି ପ୍ରଭୃତି ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ୬ ମାସ ଶାସନ ପରେ ସେହି ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି। ଆଜି ଓଡ଼ିଶାବାସୀ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ଯୋଗୁ ହନ୍ତସନ୍ତ ହେଉଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ବିକ୍ଷୋଭରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ, ମନୋଜ ବିଶ୍ୱାଳ, ସୁଦୀପ ସାମଲ, ଅଜୟ ସାହୁ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ବିଶ୍ୱଜିତ ସ୍ୱାଇଁ, କେଦାର ଦଳେଇ, ରଣଜିତ ସେନାପତି, ବଳରାମ ନନ୍ଦ, ସୁରଜ ରାଉତ, ବିଭୂପ୍ରସାଦ ଜେନା, କାର୍ଭିକ କାଣ୍ଡି, ଶାହରୁଖ୍ ଖାନ ଓ ସକୁନା କଅଁର ପ୍ରମୁଖ ଶତାଧିକ ଯୁବ କଂଗ୍ରେସ କର୍ମୀ ସାମିଲ ଥିଲେ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ