‘ଆମ୍ବେଦକର ବିବାଦ’ରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ, କହିଲେ- ଇସ୍ତଫା ଦେବିନି

ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ଏପରି କି କଂଗ୍ରେସ ତାଙ୍କର ଇସ୍ତଫା ଦାବି କରିବାରେ ଲାଗିଛି।

ସପା ଠାରୁ ଆରମ୍ଭ କରି ଟିଏମସି ଯାଏ ଶାହଙ୍କ ‘ଆମ୍ବେଦକର’ ବୟାନକୁ ବିରୋଧ କରିବାରେ ଲାଗିଛନ୍ତି। ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।

ତାଙ୍କ କହିବା କଥା ଯେ ବିରୋଧୀ କଂଗ୍ରେସ ତାଙ୍କ ବୟାନକୁ ବୁଲାଇ ବଙ୍କାଇ ଉପସ୍ଥାପନ କରୁଛି ଓ ଆମ୍ବେଦକର ବିରୋଧୀ ଆଭିମୁଖ୍ୟକୁ ଆପଣାଇବା ପାଇଁ ଚେଷ୍ଟା କରୁଛି। ସେ କହିଛନ୍ତି, “ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। କଂଗ୍ରେସ ଫେକ ନ୍ୟୁଜ ପ୍ରଚାର କରୁଛି। ମୁଁ କେବେ ହେଲେ ଆମ୍ବେଦକରଙ୍କ ବିରୋଧରେ କହିପାରିବି ନାହିଁ।
ସେମାନେ(କଂଗ୍ରେସ) ମୋ ବୟାନକୁ ଭୁଲ ଭାବେ ଚିତ୍ରଣ କରିଛନ୍ତି। ସେମାନେ ଏହାକୁ ଭୁଲ ଢଙ୍ଗରେ ଲୋକଙ୍କ ଆଗରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ସମସ୍ତଙ୍କୁ ମୋର ପୂରା ଭାଷଣ ଶୁଣିବାକୁ ଅନୁରୋଧ କରୁଛି। ଏହାପରେ ସବୁ କିଛି ସ୍ପଷ୍ଟ ହୋଇଯିବ। ମୁଁ ଏମିତି ଏକ ଦଳ ଓ ସମାଜରୁ ଆସିଛି, ଯିଏ କେବେ ହେଲେ ଆମ୍ବେଦକରକୁ ଅସମ୍ମାନ କରିବା କଥା ସ୍ୱପ୍ନରେ ମଧ୍ୟ ଚିନ୍ତା କରିପାରିବ ନାହିଁ। ଆମେ ସବୁବେଳେ ଆମ୍ବେଦକରଙ୍କ ଆଦର୍ଶକୁ ପାଳନ କରିଥାଉ।

କଂଗ୍ରେସ ଆର୍ମି ଓ ମହିଳାମାନଙ୍କୁ ଅପମାନିତ କରିଥିଲା। ଏପରି କି ଦେଶ ବିଭାଜନ ମଧ୍ୟ କରିଛି। ଦେଶକୁ ବିଦେଶୀ ଶକ୍ତିଙ୍କୁ ଦେଇଛି। ଯେତେବେଳେ ଏସବୁ ସତ ସାମ୍ନାକୁ ଚାଲି ଆସିଲା, ସେମାନେ ତଥ୍ୟକୁ ହେରଫେର କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ଦୁଇ ଦିନ ଧରି ରାଜ୍ୟସଭାରେ ସମ୍ବିଧାନ ଉପରେ ଚାଲିଥିବା ବିତର୍କରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ହିଁ ଆମ୍ବେଦକରଙ୍କୁ ଅସମ୍ମାନ କରିଛି।”

  • Related Posts

    ଟୋଲ୍‌ ପ୍ଲାଜାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟଙ୍କା ସଂଗ୍ରହ

    ନୂଆଦିଲ୍ଲୀ,03/04/2026: ଚଳିତ ମାସ ୧୦ରୁ ଦେଶର ୧୧୫୦ରୁ ଅଧିକ ‌ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର…

    Continue reading
    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ