ଦରଦାମ୍ ବୃଦ୍ଧି: ୬ରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ଦରଦାମ୍ ନିୟନ୍ତ୍ରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ। ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ ବୋଲି ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ଆବାହକ ସଞ୍ଜୟ ଦାସ ବର୍ମା କହିଛନ୍ତି। ସେ କହିଛନ୍ତି ଯେ ସରକାର ଗଠନର ୬ ମାସରେ ଦରଦାମ୍ ବଢ଼ି ଆକାଶଛୁଆଁ ହୋଇଛି। ୫୦ ହଜାର ସୁଭଦ୍ରା ଟଙ୍କା, ୩ଶହ ୟୁନିଟ ମାଗଣା ବିଜୁଳି, ଭତ୍ତା ବୃଦ୍ଧି ପ୍ରତିଶ୍ରୁତିରେ ବିଫଳ ନୂଆ ସରକାର। ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି। ସୁଭଦ୍ରାର ଏସଓପି ୯ ଥର ବଦଳିଲାଣି । ଆଳୁ ୬୦, ଡାଲି ୧୫୦ ଟଙ୍କା । ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି କହି ଶ୍ରୀ ଦାସବର୍ମା ବର୍ଷିଛନ୍ତି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ। ସେ କହିଛନ୍ତି, ଅଚ୍ଛେ ଦିନ ଆଣିବା କଥା କହି ସରକାରକୁ ଆସିଥିଲା ବିଜେପି । ହେଲେ ଏହା କେବଳ କଥାରେ ରହି ଯାଇଛି। ସେହିପରି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡ଼କ ପଡିଛି। ଡବଲ ଇଞ୍ଜିନ ସରକାର ବିକାଶ ନାରା ଦେଇ ସରକାର ଗଢ଼ିବାକୁ ସମର୍ଥ ହୋଇଥିଲେ। ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି ବିଜେପି ସରକାର। ତେବେ ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡିର ଆନ୍ଦୋଳନ ଜାରି ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ