dharmendra wrote letter to gadakari ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର/ସମ୍ବଲପୁର: ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ସମ୍ବଲପୁର ସାଂସଦଧର୍ମେନ୍ଦ୍ର ପ୍ରଧାନ । ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ବା ମରାମତି ସହ ଖାଲଢିପ ସମସ୍ୟାର ସମାଧାନ ପାଇଁ ସେ କେନ୍ଦ୍ର ସଡ଼କପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । ସାଂସଦ ଶ୍ରୀ ପ୍ରଧାନ ଚିଠିରେ ଦର୍ଶାଇଛନ୍ତି ଯେ, ସମ୍ବଲପୁର, ଅନୁଗୋଳ ଓ କଟକକୁ ଯୋଡ଼ୁଥିବା ଏନଏଚ୍- ୫୫ ହେଉଛି ରାଜ୍ୟର ଅନ୍ୟତମ ମୁଖ୍ୟ ଜୀବନରେଖା । ମାତ୍ର ଲଗାଣ ବର୍ଷା ଓ ଅତ୍ୟାଧିକ ଗାଡ଼ିର ଯାତାୟତ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ  କିଛି ଜାଗାରେ ରାସ୍ତା ନଷ୍ଟ ହୋଇଯାଇଛି । ଏହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ଓ ନିୟମିତ ଯାତାୟାତ କରୁଥିବା ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ମୌସୁମୀ ଫଳରେ ବର୍ଷା ଓ ଜଳବନ୍ଦୀ ଯୋଗୁଁ ରାସ୍ତାର ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ିଛି। ପାଣି ଜମି ରହିବା ଦ୍ୱାରା ଗଭୀର ଖାଲଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି। ରାସ୍ତାର ଦୂରାବସ୍ଥା ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇବା ସହ ଗମନାଗମନ ଓ ଯୋଗାଯୋଗ ବାଧାପ୍ରାପ୍ତ ହେଉଛି।  ଓଡ଼ିଶାର ପଶ୍ଚିମ ଓ ଉପକୂଳ ଭାଗକୁ ଯୋଡ଼ିବା ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ପାଇଁ ଏହି ମୁଖ୍ୟ ସଡ଼କପଥର ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟ କରାଯିବା ଆବଶ୍ୟକ।
ବ୍ୟକ୍ତିଗତ ସ୍ତରରେ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱର ସହ ନେଇ ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି । ଏହି ପଦକ୍ଷେପ ସାଧାରଣ ଜନତାଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ଯାତାୟତ ସୁନିଶ୍ଚିତ ହୋଇପାରିବ ବୋଲି ସେ କହିଛନ୍ତି।

  • Related Posts

    ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଠାବ

    ବାରିପଦା: ଶିମିଳିପାଳ ଦକ୍ଷିଣ ଡିଭିଜନର ଉପରବାରାହା କାମୁଡା ରେଞ୍ଜରେ ବିରଳ ପ୍ରଜାତି କଳା ବାଘୁଣୀର ମୃତଦେହ ଠାବ ହୋଇଛି l ଗତ ୬ ତାରିଖ ସନ୍ଧ୍ୟା ୫ ଟା ସମୟରେ ପାଟ୍ରୋଲିଂ କରୁଥିବା ଷ୍ଟାଫ୍ ପ୍ରାୟ ୫ ବର୍ଷର ଏକ ମାଈ…

    Continue reading
    ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

    ଭୁବନେଶ୍ୱର :ଆସନ୍ତା ସୋମବାର ଅଗଷ୍ଟ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ