EV ଭଡ଼ାରେ ନେବା ନିୟମରେ କୋହଳ

ଭୁବନେଶ୍ବର: ସରକାରୀ କାମ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି (EV) ଭଡ଼ାରେ ନେବା ନିୟମରେ ରାଜ୍ୟ ସରକାର କୋହଳ କରିଛନ୍ତି । EV ଭଡ଼ା ପାଇଁ ଟେଣ୍ଡର ଡାକିବା ପରେ ଯଦି କୌଣସି ଉପଯୁକ୍ତ ବିଡ୍ ନ ମିଳେ, ତେବେ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି ଭଡ଼ାରେ ନେଇ ହେବ । ଏନେଇ ଅର୍ଥ ବିଭାଗ ନିର୍ଦ୍ଦେଶ ଜାରି କରିଛି । ଅର୍ଥ ବିଭାଗର ଯୁଗ୍ମ ସଚିବ ଅନୀଲ କୁମାର ପୂରୋହିତଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ଅର୍ଥ ବିଭାଗର ଜୁନ୍ ୪ରେ ଜାରି ନିର୍ଦ୍ଦେଶ ଅନୁସାରେ, ଜୁନ୍ ୧ରୁ ସରକାରୀ କାମ ପାଇଁ EV ଭଡ଼ାରେ ନେବା ବାଧ୍ୟତାମୂଳକ ହୋଇଥିଲା । ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଇନ୍ଧନ ଖର୍ଚ୍ଚ କମାଇବାକୁ ସରକାର ଏହି ନିୟମ କରିଥିଲେ । କିନ୍ତୁ ଟେଣ୍ଡରରେ ଗାଡ଼ି ଯୋଗାଇବାକୁ କେହି ଆଗେଇ ନ ଆସିବାରୁ ନିୟମରେ କୋହଳ କରାଯାଇଛି । ନୂଆ ନିୟମ ଅନୁସାରେ, ପ୍ରଥମେ EV ଭଡ଼ା ପାଇଁ ଟେଣ୍ଡର ଡାକିବାକୁ ପଡ଼ିବ । ଏଥିରେ କୌଣସି ଉପଯୁକ୍ତ ବିଡ୍ ନ ମିଳିଲେ, ଟେଣ୍ଡର ବିଫଳ ହୋଇଥିବାର ପ୍ରମାଣ ସହ ସମ୍ପୃକ୍ତ ବିଭାଗ ଜରିଆରେ ଆବେଦନ କରିବାକୁ ହେବ । ପୁରୁଣା ସରକାରୀ ଗାଡ଼ିକୁ ଅଚଳ ଘୋଷଣା କରି କିମ୍ବା ସ୍କ୍ରାପ୍ କରି ତାହା ବଦଳରେ ନୂଆ ଗାଡ଼ି ଭଡ଼ାରେ ନେବାକୁ ଚାହିଁଲେ, ସମ୍ପୃକ୍ତ ପ୍ରଶାସନିକ ବିଭାଗ ଅନୁମତି ଦେଇପାରିବ ।
ତେବେ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ନ କରି ନୂଆ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି ଭଡ଼ାରେ ନେବାକୁ ହେଲେ ଅର୍ଥ ବିଭାଗର ଅନୁମତି ଆବଶ୍ୟକ । ନୂଆ କାର୍ଯ୍ୟାଳୟ ଖୋଲିଲେ କିମ୍ବା ନୂଆ ଅନୁମୋଦିତ ପଦବୀ ପାଇଁ ଗାଡ଼ି ଆବଶ୍ୟକ ହେଲେ ମଧ୍ୟ ଏହି ନିୟମ ଲାଗୁ ହେବ । ସରକାରୀ ଗାଡ଼ି ଭଡ଼ା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏଣିକି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA) ମାଧ୍ୟମରେ ବିଭାଗ ଗୁଡ଼ିକ ଗାଡ଼ି ଭଡ଼ାରେ ନେବେ ନାହିଁ । ପ୍ରତ୍ୟେକ କାର୍ଯ୍ୟାଳୟ ନିଜ ସ୍ତରରେ ଟେଣ୍ଡର ଡାକି ଗାଡ଼ି ଭଡ଼ାରେ ନେବେ । ଏଥିପାଇଁ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ନେବାକୁ ପଡ଼ିବ ।ବର୍ତ୍ତମାନ OREDA ମାଧ୍ୟମରେ ବିଭିନ୍ନ କାର୍ଯ୍ୟାଳୟରେ ଚାଲୁଥିବା ଇଭିଗୁଡ଼ିକ ଚୁକ୍ତି ଅବଧି ଶେଷ ହେବା ପର୍ଯ୍ୟନ୍ତ ଚାଲିବ । ଚୁକ୍ତି ସରିବା ପରେ ଓରେଡା ଗାଡ଼ି ଭଡ଼ାରେ ଦେବା କାମରୁ ଓହରିଯିବ । ଅର୍ଥ ବିଭାଗର ଏହି ନୂଆ ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଲାଗୁ ହୋଇଛି ।

  • Related Posts

    ଖୁବଶୀଘ୍ର ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ

    ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଆ ଆସି ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବେ। ଲୋକଙ୍କ ସେବା କରିବେ। ପରିସ୍ଥିତି…

    Continue reading
    ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା

    ​​​​​​ବରଗଡ: ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କଂସଙ୍କ ଶାସନରେ କମ୍ପିବ ମଥୁରା ନଗରୀ। ଧନୁଯାତ୍ରା ମହୋତ୍ସବ ସମିତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ