
ଦେବଗଡ଼ -ପ୍ରଜ୍ଞାନ ମିଶନ, ଦେବଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ସେଣ୍ଟର ଫର୍ କଲଚର ଠାରେ ଜ଼ିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ନିମନ୍ତେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଦେବଗଡ଼ ଜ଼ିଲ୍ଲା ପ୍ରଜ୍ଞାନ ମିଶନ ଜ଼ିଲ୍ଲା ସଂଯୋଜକ ତୁଷାରକାନ୍ତ କପରଦାରଙ୍କ ଆବାହକତ୍ୱ ରେ ପୁରୀ ବାଲିଘାଟ ପ୍ରଜ୍ଞାନ ମିଶନର ସ୍ବାମୀ ସତ୍ ସ୍ୱରୂପା ନନ୍ଦ ଗିରି ମୁଖ୍ୟ ଅତିଥି ଭାବେଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ। ପ୍ରଜ୍ଞାନ ମିଶନ ପକ୍ଷରୁ ଶ୍ରୀମଦ ଭାଗବତ ଗୀତାଙ୍କ ଷଷ୍ଠ ଅଧ୍ୟାୟ ଆତ୍ମ ସଂୟମୟୋଗ ଉପରେ ଆଧାରିତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆଗାମୀ ଦିନରେ ଜ଼ିଲ୍ଲାର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବ୍ଲକ ସ୍ତରରେ ଓ ଜ଼ିଲ୍ଲା ସ୍ତରରେ ଆବୃତ୍ତି ପ୍ରତିଯୋଗିତାର ସଫଳ ରୂପାୟନ ନିମନ୍ତେ ଆଲୋଚନା ହୋଇଥିଲା ।ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବ୍ଲକ ସ୍ତରର କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରରେ ଓ ଜ଼ିଲ୍ଲା ସ୍ତରରୁ ଶ୍ରେଷ୍ଠ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରରେ ଭାଗ ନେବେ।ଆଜିର ଉକ୍ତ ବୈଠକରେ ଅନ୍ୟତମ ଜିଲ୍ଲା ସଂଯୋଜିକା ଗାୟତ୍ରୀ ଦ୍ବିବେଦୀ,ବିଶେଶ୍ୱର ମିଶ୍ର,ପ୍ରବୋଧ ଚୈତନ୍ୟ
ଆରତୀ ପ୍ରଧାନ,ପ୍ରକାଶ ସାହୁ,ଶ୍ରୀକାନ୍ତ ମହାପାତ୍ର,ଝସକେତନ ଜେନା,ତପନ ନାୟକ, ପ୍ରାଣବନ୍ଧୁ ଘଡେ଼ଇ,ନିଶିକାନ୍ତ ପାତ୍ର,ଅମିତେଶ ଜେନା,ରଞ୍ଜନ ପୃଷ୍ଟି,ପ୍ରଭାତ ନାୟକ,ସାଜନ ନାୟକ, ମୃତୁଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।




