ଚାଞ୍ଚଲ୍ୟ: ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ

ଦଶପଲ୍ଲା : ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ଗଙ୍ଗାଡିହ ଗାଁ ରାସ୍ତାକଡ଼ରୁ ଗୁରୁବାର ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। କେହି ମହିଳାଙ୍କୁ ହତ୍ୟା କରି ପରବର୍ତ୍ତୀ ସମୟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ମହିଳାଙ୍କ ପରିଚୟ ଜାଣିବା ପାଇଁ ଛାନ୍‌ଭିନ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

  • Garvita Odia

    Related Posts

    ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

    ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହାର ପ୍ରଭାବରେ, ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିଛି…

    ଶାରିରୀକ ସମ୍ପର୍କରେ ସନ୍ତୁଷ୍ଟ ନକରି ପାରିବାରୁ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା

    ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କକୁ ଗୋଡ଼ରେ ଦଳିଦେଲେ ମହିଳା। ଶାରିରୀକ ସମ୍ପର୍କରେ ସ୍ୱାମୀ ସନ୍ତୁଷ୍ଟ ନକରି ପାରିବାରୁ ଚରମ ନିଷ୍ପତ୍ତି ନେଲେ ପତ୍ନୀ। ସ୍ୱାମୀଙ୍କୁ ଛୁରୀରେ ଭୁସି କଲେ ହତ୍ୟା। ଜୀବନରୁ ମାରିଦେଇ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିଲେ ମହିଳା। କିନ୍ତୁ…

    Leave a Reply

    Your email address will not be published. Required fields are marked *

    You Missed

    ବିରୋଧୀଙ୍କ ଅନାସ୍ଥା ପ୍ରସଙ୍ଗରେ ଏହା କହିଲେ ସୁରେଶ ପୂଜାରୀ

    ବିରୋଧୀଙ୍କ ଅନାସ୍ଥା ପ୍ରସଙ୍ଗରେ ଏହା କହିଲେ ସୁରେଶ ପୂଜାରୀ

    ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

    ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

    ବାଲେଶ୍ବର ପୀଡ଼ିତାଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

    ବାଲେଶ୍ବର ପୀଡ଼ିତାଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

    ଶାରିରୀକ ସମ୍ପର୍କରେ ସନ୍ତୁଷ୍ଟ ନକରି ପାରିବାରୁ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା

    ଶାରିରୀକ ସମ୍ପର୍କରେ  ସନ୍ତୁଷ୍ଟ ନକରି ପାରିବାରୁ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା

    ହୀରାକୁଦର ଆଉ ୪ ଗେଟ ଖୋଲିଲା

    ହୀରାକୁଦର ଆଉ ୪ ଗେଟ ଖୋଲିଲା

    ୨୦୨୬ରୁ ଲାଗୁ ହେବ ୮ମ ବେତନ ଆୟୋଗଙ୍କ ସୁପାରିସ

    ୨୦୨୬ରୁ ଲାଗୁ ହେବ ୮ମ ବେତନ ଆୟୋଗଙ୍କ ସୁପାରିସ