ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା

ପୁରୀ: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା। ସରକାର ଆଜିର ଦିନରେ ଠିକ୍ ୬ ମାସ ପୂରଣ କରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେବାର ସୌଭାଗ୍ୟ ମିଳିଛି ବୋଲି ସେ କହିଥିଲେ। ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଖରେ ଭାରତର ମଙ୍ଗଳ କାମନା କରିଥିଲେ ଶ୍ରୀ ବିଶ୍ଵଶର୍ମା। ବାଲାଂଦେଶ ରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ଭାରତରେ ହିଁ କେବଳ ଅଳ୍ପସଂଖ୍ୟକ ଅର୍ଥାତ୍ ମାଇନୋରିଟିଙ୍କୁ ସୁରକ୍ଷା ଦିଆଯାଏ। ପାକିସ୍ତାନ ବାଲଙ୍ଗଦେଶ ବା ଅନ୍ୟ କୌଣସି ଦେଶ ସେମାନଙ୍କ ଚିନ୍ତା କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ନିଶ୍ଚିତ ଏହାର ଖୁବ୍ ଶୀଘ୍ର କୁଟ ନୈତିକ ସମାଧାନ ବାହାର କରିବା ସହ ସବୁ ବାଂଲାଦେଶୀ ହିନ୍ଦୁ ଙ୍କ ସହ ଆମେ ଛିଡା ହୋଇଛୁ ବୋଲି କହିଥିଲେ। ବାଲଙ୍ଗାଦେଶ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ବିରୋଧୀ ଚୁପ୍ ରହିଛନ୍ତି। ଏମାନେ ଭାରତରେ ଅସ୍ଥିରତା ଆଣିବା ସହ ହିନ୍ଦୁଙ୍କ ସପକ୍ଷରେ କେବେ ବି ନାହାନ୍ତି ବୋଲି ଟାର୍ଗେଟ କରିଥିଲେ। ୱାନ ନେଶନ ୱାନ ଇଲେକ୍ସନ କୁ ମଧ୍ୟ ସମ୍ପୁର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଥିଲେ। ଅନ୍ୟପଟରେ କୋବିନ୍ଦ୍ ଜି ଙ୍କ ରିପୋର୍ଟ କୁ ସ୍ଵୀକୃତି ମିଳିଲେ ୨୦୨୬ ରେ ଆସାମ ନିର୍ବାଚନ ହେଲେ ମଧ୍ୟ ପୁଣିଥରେ ୨୦୨୯ ରେ ହେବ। ଶ୍ରୀମନ୍ଦିର ମହାପ୍ରଭୁ ଙ୍କ କ୍ଷେତ୍ରରେ ଏ ବୈକୁଣ୍ଠ ପୁରୀ ,ଏହା ମୂଳପୀଠ ହୋଇ ରହିବ। ଦୀଘା ବା ଆସାମ ରେ ମନ୍ଦିର ହେଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ରହିବ। ସେପଟେ ଅନୁପ୍ରବେଶକାରୀ ଙ୍କୁ ଧରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ବେଙ୍ଗଲ ରେ ଅନୁପ୍ରବେଶ ରୋକା ଯାଉନଥିବାରୁ ହିଁ ଭାରତରେ ଅନୁପ୍ରବେଶକାରୀ ବିସ୍ତାର ହେଉଛି। ଆସାମ ରେ ଯେଉଁଭଳି ବିନା NRC ରେ ଆଧାର ଦିଆଯିବ ନାହିଁ ବୋଲି ନିୟମ କରାଯାଇଛି। ସେମିତି ହେଲେ ଅନୁପ୍ରବେଶକାରୀ ଧରା ପଡ଼ିବେ ବୋଲି ସେ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ବେଙ୍ଗଲ ସହଯୋଗ ନକଲେ ଭାରତରେ ଅନୁପ୍ରବେଶ ବଢିଚାଲିବ ବୋଲି ସେ କହିଥିଲେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ