ପିଙ୍କ ବଲ୍‌ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଦବଦବା, ଘାଇଲା ହେଲା ଭାରତ

ପର୍ଥ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଟିମ ଆଡିଲେଟ ମ୍ୟାଚ୍‌ର ପ୍ରଥମ ଦିନରେ ଘାଇଲା ହୋଇଛି। ପିଙ୍କ ବଲ ରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ତା’ର ଦବଦବା ଦେଖାଇଛି। ଭାରତୀୟ ଟିମ କେବଳ ଟସ୍‌ ଜିତିବାର ଖୁସି ପାଇଥିବା ବେଳେ ପୂରା ଦିନ ଅଷ୍ଟ୍ରେଲିଆ ଆଧିପତ୍ୟ ଦେଖିବାକୁ ମିଳିଛି।

ପ୍ରଥମେ କଙ୍ଗାରୁ ଟିମ ବୋଲିଂରେ କମାଲ କରି ଭାରତକୁ ୧୮୦ ରନରେ ଅଲଆଉଟ କରି ଦେଇଥିଲା। ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୪୮ ରନରେ ୬ ୱିକେଟ ନେଇ ଭାରତୀୟ ଟିମକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସ୍କଟ ବୋଲାଣ୍ଡ ଓ ପାଟ କମିନ୍ସ ମଧ୍ୟ ଦୁଇଟି ୱିକେଟ ପାଇଥିଲେ।

ଭାରତୀୟ ଇନିଂସ ୧୮୦ ରନରେ ଅଟକିବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦଳ ପ୍ରଥମ ଦିନରେ ୩୩ ଓଭର ବ୍ୟାଟିଂ କରିଥିଲେ ହେଁ ଭାରତୀୟ ବୋଲର କେବଳ ଗୋଟିଏ ୱିକେଟ ହାସଲ କରିଛନ୍ତି। ୩୩ ଓଭରରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୮୬ ରନ କରି ନେଇଛି। ଅଷ୍ଟ୍ରେଲିଆ ଏବେ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ମାତ୍ର ୯୪ ରନ ପଛରେ ଥିବା ବେଳେ ହାତରେ ଆହୁରି ୯ଟି ୱିକେଟ ବାକି ରହିଛି।

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ନବାଗତ ନାଥନ ମ୍ୟାକସ୍ୱିନୀ ୩୮ ରନ ଓ ମାର୍ନସ ଲାବୁଶେନ ୨୦ ରନ କରି ଅପରାଜିତ ରହିଛନ୍ତି। ଉଭୟ ଆସନ୍ତାକାଲି ପୁଣି ଅଷ୍ଟ୍ରେଲିଆର ଇନିଂସକୁ ଆଗକୁ ନେବେ। ଆଜି ଅଷ୍ଟ୍ରେଲିଆ କେବଳ ଉସମାନ ଖୱାଜା(୧୩)ଙ୍କୁ ହରାଇଛି। ତାଙ୍କୁ ଯଶପ୍ରୀତ ବୁମ୍ରା ଆଉଟ କରିଛନ୍ତି।

ଦଳୀୟ ସ୍କୋର ୨୪ ଥିବା ବେଳେ ଖୱାଜା ଆଉଟ ହୋଇଥିଲେ। ଏହାପରେ ଲାବୁଶେନ ଓ ମ୍ୟାକସ୍ୱିନୀ ୱିକେଟ ରଖିବା ସହ ରନ ମଧ୍ୟ ହାସଲ କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ରୋହିତ ଶର୍ମା ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ ହେଁ ସୁଫଳ ମିଳି ନଥିଲା।

ବୁମ୍ରା, ମହମ୍ମଦ ସିରାଜ, ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀ ୱିକେଟ ନେବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ପାରି ନାହାନ୍ତି। ଦିବାରାତ୍ର ଟେଷ୍ଟରେ ସୁଯୋଗ ପାଇଥିବା ରବି ଚନ୍ଦ୍ରନ ଅଶ୍ୱିନ ଆଜି କେବଳ ଗୋଟିଏ ଓଭର ବୋଲିଂ କରିଛନ୍ତି। ଆସନ୍ତାକାଲି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ