MURDER CASE ହତ୍ୟା ଘଟଣା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦେବଗଡ:ମାନ୍ୟବର ଜିଲା ଓ ଦୌରାଜଜ୍ ଦେବାଶିଷ ରାଉତ ଆଜି ଏକ ହତ୍ୟା ମାମଲାର ବିଚାର କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଗୋଲେଖ ଗୋଖରାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୨୪ ତାରିଖ ରାତ୍ରୀରେ ରିଆମାଳ ଥାନାଂଚଳ ହରିହରପୁର ଗ୍ରାମର ଯୋଗୀନ୍ଦ୍ର ନାଗ(୫୬) ଘରେ ଏକୁଟିଆ ଶୋଇଥିବା ବେଳେ ଏହା ପରଦିନ ଅର୍ଥାତ ମାର୍ଚ୍ଚ ୨୫ ତାରିଖ ସକାଳେ ତାଙ୍କର ରକ୍ତାକ୍ତ ମୃତଦେହ ପଡିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ରମ୍ଭା ଡାଙ୍ଗୀ ନାମ୍ନି ଯୋଗୀନ୍ଦ୍ରଙ୍କ ଜଣେ ସମ୍ପର୍କିୟା ଭଉଣୀ ଏନେଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିବାସହ ଯୋଗୀନ୍ଦ୍ରଙ୍କୁ କେହି ଜଣେ ଧାରୁଆ ଅସ୍ତ୍ର ସାହାଯ୍ୟରେ ହାଣି ହତ୍ୟା କରିଥିବା ଏତଲାରେ ଦର୍ଶାଇଥିଲେ । ରମ୍ଭାଙ୍କ ଅଭିଯୋଗ ଅଧାରରେ ରିଆମାଳ ଥାନା ପୁଲିସ ଏକ ହତ୍ୟା ମାମଲା ଋଜୁ ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବାସହ ଘଟଣା ସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଉକ୍ତ ଗ୍ରାମର ଗୋଲେଖ ଗୋଖରା(୪୧)ଙ୍କ ଝିଅ ସୁଷମା ଗୋଖରାଙ୍କ ଦୀର୍ଘ ଦିନ ଧରି ଅସୁସ୍ଥ ରହୁଥିବା ବେଳେ ଡାକ୍ତରୀ ଚିକିତ୍ସା ସତ୍ୱେ ସେ ସୁସ୍ଥ ହେଉନଥିଲେ । ଏପରିକି ଗୋଲେଖ ସୁଷମାଙ୍କ ଚିକିତ୍ସାରେ ପ୍ରାୟ ଦେଢଲକ୍ଷ ଟଙ୍କା ବ୍ୟୟ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ବେଳେ ଗୋଲେଖ ନିଜେ ମଧ୍ୟ ଅସୁସ୍ଥ ହୋଇପଡିବାରୁ କାମଧନ୍ଦା କରିବାକୁ ସକ୍ଷମ ନଥିଲା । ଅନ୍ୟପକ୍ଷରେ ଘଟଣାର କିଛି ମାସ ପୂର୍ବରୁ ଏକ ହନୁମାନ ଟଙ୍କା କାରବାର ମାମଲାରେ ଜେଲରେ ଥିବା ଯୋଗୀନ୍ଦ୍ର ନିଜ ଘରକୁ ଫେରିଥିବା ବେଳେ ସେ ଅଧିକାଂଶ ସମୟ ପୂଜାପାଠ ଏବଂ ତନ୍ତ୍ର ବିଦ୍ୟା ସାଧନରେ ବ୍ୟସ୍ତ ରହୁଥିଲା । ଯୋଗୀନ୍ଦ୍ରଙ୍କ ଏତାଦୃଶ ଆଚରଣ ଦେଖି ସେ ହିଁ ଗୁଣି ଗାରେଡି କରି ଉଭୟ ବାପ-ଝିଅ(ବାପ ଗୋଲେଖ ଓ ଝିଅ ସୁଷମା)ଙ୍କୁ ଅସୁସ୍ଥ କରୁଥିବା ଗୋଲେଖର ମନରେ ସନ୍ଦେହ ଜାତ ହୋଇଥିଲେ । ଫଳରେ ଏଥିରୁ ମୁକ୍ତି ପାଇବା ପାଇଁ ସେ ଯୋଗୀନ୍ଦ୍ରଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲା । ଏହା ସତ୍ୱେ ବାପ ଝିଅଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ତେବେ ଗୋଲେଖ ଓ ଯୋଗୀନ୍ଦ୍ରଙ୍କ ମଧ୍ୟରେ ବନ୍ଧୁତା ଦୃଢ ହେବାପରେ ଗୋଲେଖ ଯୋଗୀନ୍ଦ୍ରଙ୍କ ଠାରୁ ଧାର ସୂତ୍ରରେ ନଗଦ ୧୦ ହଜାର ଟଙ୍କା ମାଗି ନେଇଥିଲା । ମାତ୍ର ଧର୍ଯ୍ୟ ସମୟରେ ଗୋଲେଖ ଧାର ଟଙ୍କ ଫେରସ୍ତ ନକରିବାରୁ ଟଙ୍କା ଫେରାଇବାକୁ ଗୋଲେଖ ଉପରେ ଯୋଗୀନ୍ଦ୍ର ଚାପ ପକାଉଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେବାସହ ଯୋଗୀନ୍ଦ୍ରଙ୍କ ଉପରେ ଆକ୍ରୋଶ ରଖି ସେ ଘରେ ଏକୁଟିଆ ଶୋଇଥିବା ଅବସ୍ଥାରେ ଗୋଲେଖ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଅଭିଯୁକ୍ତ ଗୋଲେଖକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାନ୍ୟବର ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଏହି ମାମଲା ବିଚାରାଧିନ ଥିବା ବେଳେ ୧୯ ଜଣଙ୍କର ସାକ୍ଷୀଙ୍କର ବୟାନ ଓ ଉଭୟ ପକ୍ଷର ଓକିଲଙ୍କ ଜବାବ ସୁଆଲକୁ ଭିତି କରି ଉପଯୂକ୍ତ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ ଅଭିଯୁକ୍ତେ ଗାଲେଖକୁ ଆଜି ନିର୍ଦ୍ଦୋଶରେ ଖଲାସ କରିଥିଲେ । ଅଭିଯୁକ୍ତ ପାଇଁ ସରକାରଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧେଶ୍ୱର ଗୁରୁ, ଦିଲ୍ଲିପ କୁମାର ଗୁରୁ ଓ ବିଜ୍ଞା ବିନମ୍ରତା ଦ୍ୱିବେଦୀ ମାମଲା ପରିଚାଳନା କରୁଥିଲେ ।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ