ଚାଷୀଙ୍କ କୋହ ଶୁଣିଲେ ନବୀନ; ସରକାର ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ କଲେ ଦାବି

ଜଗତସିଂହପୁର: ଅଦିନିଆ ବର୍ଷାରେ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିରୋଧୀ ଦଳ ନେତା ନବୀନ ଟ୍ଟନାୟକ। ପ୍ରଥମେ ପୁରୀ ଜିଲ୍ଲାର ସତ୍ୟବାଦୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ନବୀନ । ପରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଓ ବାଲିକୁଦା ବ୍ଲକର ବିଭିନ୍ନ ଅଂଚଳରେ ଗ୍ରାଉଣ୍ଡ ଲେଭଲକୁ ଯାଇ ଚାଷୀଙ୍କ ଉଜୁଡ଼ା କ୍ଷେତ ବିଷୟରେ ପଚାରିବୁଝିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ନବୀନ। ନିଜର ପ୍ରିୟ ନେତା ନବୀନଙ୍କୁ ପାଖରେ ପାଇ କୋହ ବଖାଣିବା ସହ ନୂଆ ସରକାରଙ୍କ ଅପାରଗତାକୁ କଟୁ ସମାଲୋଚନା କରିଛନ୍ତି। ପୂର୍ବ ସରକାର ସମୟରେ ଚାଷୀଙ୍କୁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ଅନାୟାସରେ ସହାୟତା ପାଉଥିଲେ ଚାଷୀ କିନ୍ତୁ ନୂଆ ସରକାର କିପରି ଚାଷୀଙ୍କୁ ହତାଦର କରୁଛନ୍ତି ସେନେଇ ନବୀନଙ୍କ ଆଗରେ ବଖାଣିଛନ୍ତି । ଅରପକ୍ଷରେ ଚାଷୀଙ୍କ ଛଳ ଛଳ ଆଖି ଦେଖି ନବୀନ, ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ନୂଆ ସରକାର ଚାଷୀଙ୍କ ପ୍ରତି ଯେଉଁଭଳି ବୈମାତୃକ ମନୋଭାବ ରଖୁଛନ୍ତି ତାକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ଆମ ସରକାରରେ ଚାଷୀଙ୍କୁ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏ ସରକାର ଏଯାବତ୍‌ କାହିଁକି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଚାଷୀଙ୍କ ଉଜୁଡ଼ା କ୍ଷେତ ଦେଖି ଚାଷୀଙ୍କ ଦୁଃଖରେ ସମଦୁଃଖୀ ନବୀନ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ମନ ଟାଣ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରରେ ନଥିଲେ ମଧ୍ୟ ସେ ଲୋକଙ୍କ ସହ ଥିବା ନେଇ କହିଛନ୍ତି। ଜିଲ୍ଲା ଗସ୍ତ ଅବସରରେ ନବୀନ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ