RBI କୁ ମିଳିଲା ଧମକ

ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆର୍‌ବିଆଇକୁ ମିଳିଲା ଧମକ। ଆତଙ୍କବାଦୀ ସଙ୍ଗଠନ ଲସ୍କର ନାଁରେ ମୁମ୍ବାଇର ଆର୍‌ବିଆଇ ବ୍ୟାଙ୍କର କଷ୍ଟମର କେୟାରକୁ କେହି ଜଣେ ବ୍ୟକ୍ତି ଫୋନ୍‌ କରି ଧମକ ଦେଇଛନ୍ତି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଏହି ଧମକପୂର୍ଣ୍ଣ କଲ୍‌ ଆସିବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ଶନିବାର ସକାଳ ୧୦ଟାରେ ଆର୍‌ବିଆଇର କଷ୍ଟମର କେୟାର ନମ୍ବରରେ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଜଣେ ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଏହାପରେ ବ୍ୟଙ୍କର ପଛ ରାସ୍ତାକୁ ବନ୍ଦ କରିଦିଅ। ଇଲେକ୍ଟ୍ରିକ୍ କାର୍‌ ଖରାପ ହୋଇଯାଇଛି ବୋଲି କହି ଉକ୍ତ ବ୍ୟକ୍ତି ଜଣକ ନିଜ ଧମକରେ କହିଥିଲେ।
ଏହି ଫୋନ୍‌ କଲ୍ ଆସିବା ପରେ ଆର୍‌ବିଆଇ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ମୁମ୍ବାଇରା ରମାବାଇ ପୁଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ତଥା ତା’ ପାଖରେ ପହଞ୍ଚିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। କେହି ଜଣେ ଦୁର୍ବୃତ୍ତ ହଇରାଣ କରିବା ପାଇଁ ଫେକ୍ କଲ୍‌ କରିଥାଇପାରନ୍ତି ବୋଲି ପୁଲସ ସନ୍ଦେହ କରୁଛି।

ଏହାପୂର୍ବରୁ ମୁମ୍ବାଇ ବିମାନ ବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ମୁମ୍ବାଇ ଡୋମେଷ୍ଟିକ୍ ଏୟାରପୋର୍ଟ (T1) ରେ ଥିବା ସିଏସ୍ଏଫ୍ କଣ୍ଟ୍ରୋଲ୍ ରୁମ୍କୁ ବୁଧବାର ଅପରାହ୍ନରେ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କଲ୍‌ରେ କୁହାଯାଇଥିଲା। ଏହାକୁ ନେଇ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଥିଲା। ସିଏସ୍ଏଫ୍ ଟିମ୍ ତୁରନ୍ତ ଏହି ମାମଲାକୁ ଗୁରୁତର ସହ ନେଇ ସାହାର ପୁଲିସ ଷ୍ଟେସନକୁ ସତର୍କ କରାଇଥିଲା। ଏହା ପରେ ବିମାନବନ୍ଦରରେ ପୁଲିସ ଫୋର୍ସ ନିୟୋଜିତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

Related Posts

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

Leave a Reply

Your email address will not be published. Required fields are marked *

You Missed

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍